INDIA New England News
ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରର ଏକ ଘରୋଇ ବିଦ୍ୟାଳୟର ଶିକ୍ଷକ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପୁଲିସ ଉକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଏହି ଘଟଣାରେ ଶିକ୍ଷକଙ୍କ ସହ ସାମିଲ ଥିବା ଅନ୍ୟ ତିନିଜଣ ଯୁବକଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି।
ନାବାଳିକାଙ୍କ କହିବା ଅନୁଯାୟୀ, ଗତ ତିନି ବର୍ଷ ଧରି ଅଭିଯୁକ୍ତ ଶିକ୍ଷକ ତାଙ୍କୁ ଧମକ ଦେଇ ଦୁଷ୍କର୍ମ କରି ଆସୁଥିଲେ।
ଓସିଆନ ଡେପୁଟି ଏସପି ନୁର ମହମ୍ମଦ ଏହି ମାମଲାର ତଦନ୍ତ କରୁଛନ୍ତି। ଅଭିଯୋଗରେ ପୀଡିତାଙ୍କ ଭାଇ କହିଛନ୍ତି “ମୋ ଭଉଣୀ ଘରୁ ବାହାରି
ଆମ ପଡ଼ୋଶୀଙ୍କ କ୍ଷେତକୁ ସାହାଯ୍ୟ କରିବାକୁ ଯାଉଛି ବୋଲି କହିଥିଲି। ହେଲେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଆମେ ତାକୁ ବହୁତ ଖୋଜାଖୋଜି କରିଥିଲୁ। ତା’ପରଦିନ ଆମେ ସୂଚନା ପାଇଲୁ ଯେ ଅଭିଯୁକ୍ତ ଶିକ୍ଷକଙ୍କ ଗାଧୁଆଘରୁ ଜଣେ ଝିଅର ଚିତ୍କାର ଶୁଣିବାକୁ ମିଳିଥିଲା। ଏହାକୁ ଆଧାର କରି ଆମେ ଉକ୍ତ ଶିକ୍ଷକଙ୍କ ଘରକୁ ଯାଇଥିଲୁ। ସେଠାରେ ଭଉଣୀକୁ ଅଚେତ ଅବସ୍ଥାରେ ପାଇଥିଲୁ। ତା’ପରେ ଆମେ ତାକୁ  ସେଠାରୁ ଉଦ୍ଧାର କରି ନିକଟସ୍ଥ ଓସିଆନ ଡାକ୍ତରଖାନାକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲୁ।
ଚେତା ଆସିବା ପରେ ପୀଡିତା ପରିବାର ଲୋକଙ୍କୁ କହିଥିଲେ ଯେ, ଜଣେ କାର ଚାଳକ ଆସି ଜୋରଜବରଦସ୍ତ ତାଙ୍କୁ ଗାଡ଼ିରେ ବସାଇ ନେଇ ଯାଇଥିଲା। ଆଉ ଶିକ୍ଷକଙ୍କ ଘରେ ଓହ୍ଲାଇ ସେ ସେଠାରୁ ଚାଲି ଯାଇଥିଲା। ଶିକ୍ଷକ ତାଙ୍କ ଘର ଗାଧୁଆ ଘରେ ଦୁଷ୍କର୍ମ କରିଥିଲେ।
  
 Follow Us