ପ୍ରେମ ବିବାହର ବର୍ଷକ ପରେ ୨ଟି ଷ୍ଟାଟସ ଦେଇ ଜୀବନ ହାରିଲେ ସ୍ବାମୀ

ବର୍ଷକ ତଳେ ପ୍ରେମ ବିବାହ କରିଥିବା ଦମ୍ପତିଙ୍କ ମଧ୍ୟରେ ଲାଗିଲା ଝଗଡ଼ା। ହ୍ବାଟସଆପରେ ଦୁଇଟି ଷ୍ଟାଟସ ଦେବା ପରେ ରେଳ ଧାରଣାକୁ ଡେଇଁ ସ୍ତ୍ରୀ ସାମ୍ନାରେ ଜୀବନ ହାରିଦେଲେ ସ୍ବାମୀ।

ଯୗସରଯ

ନୂଆଦିଲ୍ଲୀ: ରାଜସ୍ଥାନର କୋଟାର ବୋରଖେଡ଼ା ଥାନା ଅଧୀନସ୍ଥ ଦିଲ୍ଲୀ-ମୁମ୍ବାଇ ରେଳ ଧାରଣାରୁ ଜ‌ଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧର ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦିଲରାଜ ମିଣା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦିଲରାଜ ମାଧୋପୁରରେ ବସବାସ କରନ୍ତି। ଗତବର୍ଷ ପ୍ରେମ ବିବାହ କରିବା ପରେ ସେ ସ୍ତ୍ରୀଙ୍କ ସହ କୋଟା‌ରେ ରହି ଏସଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। କିଛିଦିନ ହେବ ଦିଲରାଜ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଆରମ୍ଭ ହୋଇଯାଇଥିଲା। 

ଏହି ଝଗଡ଼ାକୁ କେନ୍ଦ୍ର କରି ଦିଲରାଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ଜୀବନ ହାରିବା ପୂର୍ବରୁ ଦିଲରାଜ ହ୍ବାଟସଆପରେ ଦୁଇଟି ଷ୍ଟାଟସ ଦେଇଥିଲେ। ପ୍ରଥ‌ମରେ ଲେଖାଥିଲା ‘ଆଜି ଶ୍ବଶୁର ଆସିଥିଲେ ଜ୍ବାଇଁଙ୍କୁ ମାରିବା ପାଇଁ।’ ଦ୍ବିତୀୟ ଷ୍ଟାଟସରେ ଲେଖାଥିଲା ‘ଆଜି ତୁମର ଭାଇ ମରିବାକୁ ଯାଉଛି।’

ଝଗଡ଼ା ଲାଗିବା ପରେ ଦିଲରାଜ ରାଗରେ ଘରୁ ବାହାରି ଯାଇଥିବା ବେଳେ ସ୍ତ୍ରୀ ତାଙ୍କ ପଛେପଛେ ଦୌଡ଼ିଥିଲେ। ଠିକ ଏତିକି ବେଳେ ସାମ୍ନାରେ ଥିବା ରେଳଧାରଣାରେ ଦିଲରାଜ ଛିଡା ହୋଇଯାଇଥିଲେ। ଉକ୍ତ ଧାରଣାରେ ଦ୍ରୁତଗତିରେ ଆସୁଥିବା ଟ୍ରେନ ଦିଲରାଜଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ସ୍ଥାନୀୟଲୋକେ ଦୌଡ଼ି ଆସି ପୁଲିସକୁ ଘଟଣା ବିଷୟରେ ଫୋନ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିଲରାଜଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe