ଶାଶୂଙ୍କ ଦେଖାଶୁଣା ନ କରିବାରୁ ଦୁଇ ପତ୍ନୀଙ୍କୁ କାର୍‌ରେ ପୋଡ଼ିଦେଲା ସ୍ୱାମୀ

Advertisment
ଶାଶୂଙ୍କ ଦେଖାଶୁଣା ନ କରିବାରୁ ଦୁଇ ପତ୍ନୀଙ୍କୁ କାର୍‌ରେ ପୋଡ଼ିଦେଲା ସ୍ୱାମୀ

Image Courtesy of Indiatimes

ଜୟପୁର: ମାଆକୁ ସୁଖରେ ନ ରଖିଥିବା କାରଣରୁ ଜଣେ ବ୍ୟକ୍ତି ନିଜର ଦୁଇ ପତ୍ନୀଙ୍କୁ ପୋଡ଼ି ଦେଇଥିବା କଥା ଗୁରୁବାର ଦିନ ପୁଲିସ କହିଛି। ଅଭିଯୁକ୍ତ ଦୀପ ରାମ ଗତକାଲି ନିଜର ଦୁଇ ପତ୍ନୀ ୨୫ ବର୍ଷୀୟ ଦରିଆ ଦେବୀ ଏବଂ ୨୭ ବର୍ଷୀୟ ମାଳୀ ଦେବୀଙ୍କୁ ଗହଣା କିଣାଇ ଦେବେ କହି କାର୍‌ରେ ବସାଇ ନେଇଥିଲେ।

ରାମ କହନ୍ତି ଯେ କେତେକ ପାରିବାରିକ ଘଟଣାକୁ ନେଇ ସେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ତା’ଛଡ଼ା ସେମାନେ ତାଙ୍କ ମାଆ ଅର୍ଥାତ୍‌ ଶାଶୂଙ୍କୁ ସୁଖରେ ରଖୁ ନ ଥିଲେ।

ଚଳନ୍ତା କାର୍‌ରେ ରାମ ସେମାନଙ୍କ ସହ କଜିଆ କରିଥିଲେ। କାର ସନ୍ତୁଳନ ହରାଇବାରୁ ସେ ଅଟକି ଯାଇଥିଲେ।

publive-image Image Courtesy of TOI

ଏତିକିବଳେ ସ୍ଥାନୀୟ ଲୋକଙ୍କ ସହାୟତା ପାଇଁ ତାଙ୍କର ଜଣେ ପତ୍ନୀ କାର୍‌ରୁ ବାହାରି ଯାଇଥିଲେ। କିନ୍ତୁ, ସେ ତାଙ୍କୁ ପୁଣି କାର୍‌ରେ ବସାଇ ଗାଡ଼ି ଚଳାଇ ଥିଲେ।

କିଛି ଦୂର ଯିବା ପରେ ସେ କାର୍‌ରୁ ବାହାରି ସେଥିରେ ଲକ୍‌ ପକାଇବା ପରେ ନିଅାଁ ଲଗାଇ ଦେଇଥିଲେ। ଫଳରେ ତାଙ୍କର ଦୁଇ ପତ୍ନୀ ପୋଡ଼ି ଅଙ୍ଗାର ହୋଇ ଯାଇଥିଲେ।

ଅଭିଯୁକ୍ତ ରାମ ଗୁଜରାଟରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସେ ତିନିଟି ପିଲାର ବାପ। ସେ ନିଜ ଦୋଷ ସ୍ୱୀକାର କରିଛନ୍ତି ଏବଂ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe