୬ ମାସର ନିଜ ଜନ୍ମକଲା ପିଲାକୁ ପାଣି ଟ୍ୟାଙ୍କ୍‌ରରେ ବୁଡ଼ାଇ ହତ୍ୟା କଲେ ମହିଳା, ଗଭୀର ନିଦରେ ଏପରି କରିଛନ୍ତି କହି ସଫେଇ ଦେଲେ

Advertisment
୬ ମାସର ନିଜ ଜନ୍ମକଲା ପିଲାକୁ ପାଣି ଟ୍ୟାଙ୍କ୍‌ରରେ ବୁଡ଼ାଇ ହତ୍ୟା କଲେ ମହିଳା, ଗଭୀର ନିଦରେ ଏପରି କରିଛନ୍ତି କହି ସଫେଇ ଦେଲେ

(Photo Credits: Pixabay)

କୋଟା: ରାଜସ୍ତାନର କୋଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ୬ ମାସର ଶିଶୁ ପୁତ୍ରକୁ ରାଜସ୍ତାନର ଜଣେ ମହିଳା ପାଣିରେ ବୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରଥମେ ନିଜ ପିଲାକୁ ପାଣି ଟ୍ୟାଙ୍କର  ଭିତରେ ବୁଡ଼ାଇ ପରେ ନିଜ ସ୍ୱାମୀଙ୍କ ସହ ତାକୁ ଖୋଜିବାକୁ ଲାଗିଥିଲେ।

ପୁଲିସ୍‌ ସୂଚନା ଦେଇଛି ଯେ ୩୫ ବର୍ଷୀୟା ମହିଳା ଗଭୀର ନିଦରେ ରହି ଏପରି କରିଛନ୍ତି। ରବିବାର ମହିଳା ଜଣକ ନିଦରେ ଥିବା ଅବସ୍ଥାରେ ନିଜ ଛଅ ମାସର ଶିଶୁ ପୁତ୍ରକୁ ନେଇ ପାଣିରେ ବୁଡ଼ାଇ ଦେଇଥିଲେ।

ରିପୋର୍ଟ ଅନୁଯାୟୀ, ମହିଳା ଜଣକ ହେଉଛନ୍ତି ଦୀପିକା ଗୁଜ୍ଜର। ସହରର ସରସ୍ୱତୀ କଲୋନିର ବାସିନ୍ଦା। ତାଙ୍କୁ ଆଇପିସି ଧାରା ୩୦୨ ଅଧୀନରେ ଗିରଫ କରାଯାଇଛି।

ଜାଣିବାକୁ ମିଳିଛି ଯେ ମହିଳା ଜଣକ ଶିଶୁଟିକୁ ତିନି ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଦ୍ୱିତୀୟ ତାଲାକୁ ନେଇ ଯାଇଥିଲେ। ଦ୍ୱିତୀୟ ମହଲାରେ ଶିଶୁଟିକୁ ପାଣି ଟାଙ୍କିରେ ପୂରାଇବା ପରେ ପୁଣି ପରିବାର ରହୁଥିବା ପ୍ରଥମ ମହଲାକୁ ଓହ୍ଲେଇ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe