ଲଜ୍ଜା: ଘରର ବୋହୂକୁ ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ଉଲଗ୍ନ କରି ରାଜରାସ୍ତାକୁ ଛାଡ଼ିଦେଲେ ଶ୍ୱଶୁର ଘର ଲୋକେ

Advertisment
ଲଜ୍ଜା: ଘରର ବୋହୂକୁ ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ଉଲଗ୍ନ କରି ରାଜରାସ୍ତାକୁ ଛାଡ଼ିଦେଲେ ଶ୍ୱଶୁର ଘର ଲୋକେ

Latestly

ଜୟପୁର (ରାଜସ୍ଥାନ): ରାଜସ୍ଥାନ ଜୟପୁରର ଚୁରୁ ସହରରେ ଘଟିଥିବା ଏକ ଲଜ୍ଜାଜନକ ଅମାନବୀୟ ଘଟଣା ଆଜି ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଜୟପୁରର ଚୁରୁ ସହରରେ ବାସ କରୁଥିବା ଜନୈକା ବିବାହିତା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନିର୍ଘାତ ମାଡ଼ ମାରିବା ସହ ଉଲଗ୍ନ କରି ଧକ୍କା ମାରି ଘରୁ ବାହାର କରି ଦେଇଥିଲେ। ଶେଷରେ ମହିଳା ଜଣକ ଅନୋନ୍ୟପାୟ ହୋଇ ସେଇ ଉଲଗ୍ନ ଅବସ୍ଥାରେ ବହୁ କଷ୍ଟରେ ଆସି ପୋଲିସ୍‌ ଥାନାରେ ଆସି ପହଞ୍ଚିଥିଲେ। ହେଲେ, ବିଡ଼ମ୍ବନାର ବିଷୟ ହେଲା ଅସହାୟ ମହିଳା ଜଣକ ଉଲଗ୍ନ ଅବସ୍ଥାରେ ନିଜ ମୁହଁକୁ ଲୁଚାଇ କାନ୍ଦି କାନ୍ଦି ପୋଲିସ୍‌ ଥାନାକୁ ଆସୁଥିବା ବେଳେ ବାଟରେ ଲୋକମାନେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କର ଫଟୋ ଉଠାଉଥିଲେ।


ମହିଳା ଜଣକ ଥାନାରେ ପହଞ୍ଚି ନିଜର ଦୁର୍ଦ୍ଦଶା ବୟାନ କଲାପରେ ପୋଲିସ୍‌ ତାଙ୍କୁ ପିନ୍ଧିବାକୁ ଲୁଗାପଟା ଦେଇ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି। ସୁଜନଗଡ଼ ଏଏସ୍‌ପି ସୀତାରାମ ମାହିଚ୍‌ ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆମେ ମହିଳାଙ୍କ ଅଭିଯୋଗ ଆଧାରରେ ଏଫଆଇଆର୍‌ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛୁ; ଖୁବ୍‌ ଶୀଘ୍ର ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe