ଲରେନ୍ସ ବିଷ୍ଣୋଇର ଘର ସମେତ ଅନେକ ଆଡ୍ଡା ଉପରେ ଚଢ଼ାଉ

ରାଜସ୍ଥାନର ଶ୍ରୀଗଙ୍ଗାନଗର ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଘର ସମେତ ଗ୍ୟାଙ୍ଗର ଅନେକ ଆଡ୍ଡା ଓ  ଗ୍ୟାଙ୍ଗ ସଦସ୍ୟ ଅମିତ ପଣ୍ଡିତ କାର୍ତ୍ତିକ ଜାଖର ଏବଂ ବିଶାଲ ପଚାରଙ୍କ ଘର ଉପରେ ମଧ୍ୟ ଚଢାଉ କରିଛି। 

download (5)

ଶ୍ରୀଗଙ୍ଗାନଗର: ରାଜସ୍ଥାନର ଶ୍ରୀଗଙ୍ଗାନଗର ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଘର ସମେତ ଗ୍ୟାଙ୍ଗର ଅନେକ ଆଡ୍ଡା ଓ  ଗ୍ୟାଙ୍ଗ ସଦସ୍ୟ ଅମିତ ପଣ୍ଡିତ କାର୍ତ୍ତିକ ଜାଖର ଏବଂ ବିଶାଲ ପଚାରଙ୍କ ଘର ଉପରେ ମଧ୍ୟ ଚଢାଉ କରିଛି। 

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀଙ୍କ ଉପରେ ଏହି ଚଢାଉ ମୁଖ୍ୟତଃ ଗ୍ୟାଙ୍ଗର ଆର୍ଥିକ ତଦନ୍ତ ପାଇଁ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗ୍ୟାଙ୍ଗର ସଦସ୍ୟମାନେ ଫୋନ କଲ୍ ମାଧ୍ୟମରେ ବ୍ୟବସାୟୀ ଏବଂ ଅନ୍ୟମାନଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିବା ନେଇ ଅନେକ ଦିନରୁ ଅଭିଯୋଗ ହେଉଥିଲା। ଜିଲ୍ଲା ପୁଲିସ ଅଧୀକ୍ଷକ ଅମୃତା ଦୁହାନଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏଥିରେ ଅନେକ ପୁଲିସ ଦଳ ଏକକାଳୀନ ଲରେନ୍ସ ଗ୍ୟାଙ୍ଗ ସହିତ ଜଡିତ ଦୁର୍ବୃତ୍ତଙ୍କ ଆଡ୍ଡାରେ ସର୍ଚ୍ଚ ଅପରେସନ କରିଥିଲେ।

ନିମ୍ନରେ ଥିବା ଏସବୁ ସ୍ଥାନମାନଙ୍କରେ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ଆକ୍ରମଣ କରିଥିବା ସ୍ବୀକାର କରିଛି।

କପିଲ ଶର୍ମାଙ୍କ କାଫେରେ ଆକ୍ରମଣ: କାନାଡାରେ କମେଡିଆନ କପିଲ ଶର୍ମାଙ୍କ କାଫେରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଗୁଳି ଚଳାଇଥିଲା। ଯେଉଁଥିରେ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ଧମକ ଦେଇ ସଲମାନ ଖାନଙ୍କ ସହିତ କପିଲ ଶର୍ମାଙ୍କ ସମ୍ପର୍କ ଥିବାରୁ ଏହି ଆକ୍ରମଣ କରାଯାଇଥିବା ଦାବି କରିଥିଲା।

ସଲମାନ ଖାନଙ୍କ ଘରେ ଗୁଳିଚାଳନା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ  ୨୦୨୪ ଏପ୍ରିଲରେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳିଚାଳନା କରିଥିଲା। ଏହି ଘଟଣା ଲରେନ୍ସ ଓ ସଲମାନଙ୍କ ଶତ୍ରୁତାର କାରଣ ହେତୁ ଘଟିଥିବା ଗ୍ୟାଙ୍ଗ ଦାବି କରିଥିଲା।

ପହଲଗାମ ଆକ୍ରମଣ ସମ୍ପର୍କରେ ଧମକ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସଇଦକୁ ଧମକ ଦେଇଥିଲା। ଏହି ଧମକରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା କଥା କହିଥିଲା।

ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀତ୍ୱ କରିଥିଲା। ଯାହା ଏକ ହାଇ-ପ୍ରୋଫାଇଲ୍ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe