ଭଉଣୀ ସହ ଟିକ୍-ଟକ୍ ଭିଡିଓ କରିବାକୁ ଚାହିବାରୁ ଯୁବକଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ବୁଲାଇଲା ଭାଇ

Advertisment
ଭଉଣୀ ସହ ଟିକ୍-ଟକ୍ ଭିଡିଓ କରିବାକୁ ଚାହିବାରୁ ଯୁବକଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ବୁଲାଇଲା ଭାଇ

Caixin Global

ଜୟପୁର: ଟିକ୍-ଟକ୍ ଭିଡିଓ ପାଇଁ ବିବାଦ ହେବା ଖବର ପୂର୍ବରୁ ଅନେକ ଆସି ସାରିଥିବା ବେଳେ ଏବେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜୟପୁରରେ ଟିକ୍-ଟକ୍ ଭିଡିଓ ପାଇଁ ଜଣେ ଯୁବକଙ୍କୁ ଉଲଗ୍ନ କରି ବିଚ୍ ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯୁବକଜଣଙ୍କ ଅଭିଯୁକ୍ତର ଭଉଣୀ ସହ ଟିକ୍-ଟକ୍ ଭିଡିଓ ତିଆରି କରିବା ପାଇଁ ଚାହୁଥିଲେ। ଏ ବିଷୟରେ ଜାଣିବା ପରେ ଅଭିଯୁକ୍ତ ପୀଡ଼ିତଙ୍କୁ ମାଡ଼ ମାରିବା ସହ ଉଲଗ୍ନ କରି ବୁଲାଇଥିବା ଜଣାପଡ଼ିଛି। ତେବେ ଘଟଣାର ଅଭିଯୋଗ ହେବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଭିଡିଓ କରିଥିବା ଅନ୍ୟ ଦୁଇ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

publive-image India TV

ପୁଲିସର କହିବା ମୁତାବକ, ଭଉଣୀ ସହ ଟିକ୍-ଟକ୍ ଭିଡିଓ ତିଆରି କରିବାକୁ ଚାହୁଥିବା ଜାଣି ଅଭିଯୁକ୍ତ ରାଗରେ ପୀଡ଼ିତଙ୍କୁ ପ୍ରଥମେ ବେଲଟରେ ପିଟିବା ସହ ଉଲଗ୍ନ କରି ରାସ୍ତାରେ ବୁଲିବାକୁ କହିଥିଲେ। ପୀଡ଼ିତ ନମାନିବାରୁ ଅଭିଯୁକ୍ତ ଟାଣି ଟାଣି ପୀଡ଼ିତଙ୍କୁ ବିଚ୍ ରାସ୍ତାରେ ବୁଲାଇଥିଲେ। ଏହି ସମୟରେ ଅଭିଯୁକ୍ତର ସାଥ୍ ଦେଇଥିଲେ ତାଙ୍କର ୩ଜଣ ସାଙ୍ଗ। ଦୁଇଜଣ ଘଟଣାର ଭିଡିଓ ରେକର୍ଡ କରିଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ସହ ମିଶି ପୀଡ଼ିତଙ୍କୁ ଟାଣି ଟାଣି ବୁଲାଇଥିଲେ। ଏହି ଘଟଣା ପରେ ଏବେ ପୀଡ଼ିତ ଡ଼ରରେ ଘରୁ ପଳାଇଛନ୍ତି। ପୁଅ ଘର ଛାଡ଼ି ଯିବା ପ‌ରେ ପରିବାର ଲୋକେ ପୁଲିସକୁ ଜଣାଇବା ପାଇଁ ଭାବିଥିଲେ। ଅଭିଯୋଗ ହେବା ପରେ ଏବେ ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe