zeenews
ଅଜମେର: ମା’ ଓ ସନ୍ତାନ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ରହିଥାଏ। ସନ୍ତାନର କିଛି ହୋଇଗଲେ ମା’ ତାହାକୁ ସହ୍ୟ କରି ପାରେ ନାହିଁ। ନିଜ ସନ୍ତାନକୁ ଯେପରି କୌଣସି କଷ୍ଟ ନହୁଏ ମା’ ସର୍ବଦା ଏଥିପ୍ରତି ଦୃଷ୍ଟି ଦେଇଥାଏ। କିନ୍ତୁ ରାଜସ୍ଥାନର ଅଜମେରରେ ଏକ ଓଲଟା ଘଟଣା ଦେଖିବାକୁ ମିଳିଛି।
ସିସିଟିଭିରେ ଯେଉଁ ଲୋମଟାଙ୍କୁରା ଦୃଶ୍ୟ କୈଦ ହୋଇଛି ସେଥିରେ ଦେଖିବାକୁ ମିଳିଛି କି ଜଣେ ମା’ ତାର ଶିଶୁକ ଷ୍ଟେସନ୍ରେ ଛିଡା ହୋଇଥିବା ଟ୍ରେନ୍ ତଳକୁ ଧକ୍କା ଦେଇ ଘଟଣାସ୍ଥଳକୁ ଦଉଡି ଚାଲିଯାଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଉକ୍ତ ମା’କୁ ଖୋଜିବାକୁ ଲାଗିଛି।
ଏହି ଘଟଣା ଟି ୧୮ଦିନ ପୂର୍ବେ ଘଟିଥିବା ଜଣାପଡ଼ିଛି। ଶିଶୁକୁ ମା’ ଟ୍ରେନ ତଳେ ଫିଙ୍ଗି ଦେଉଥିବା ଦେଖିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତିନିବର୍ଷର କନ୍ୟା ସନ୍ତାନକୁ ତୁରନ୍ତ ଟ୍ରେନ୍ କୋଚ ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାପରେ ଚାଇଲ୍ଡ ହେଲପ ଲାଇନ୍କୁ ଉକ୍ତ ଶିଶକୁ ହସ୍ତାନ୍ତର କରି ଦେଇଥିଲେ।
Follow Us