ଆଇପିଏସ୍‌ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା, ପିଛା କରିବା ସହ ଅଶ୍ଲୀଳ ମେସେଜ ପଠାଉଥିଲେ ଅଫିସର

Advertisment
ଆଇପିଏସ୍‌ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା, ପିଛା କରିବା ସହ ଅଶ୍ଲୀଳ ମେସେଜ ପଠାଉଥିଲେ ଅଫିସର

oneindia.com

ଜୟପୁର : ରାଜସ୍ଥାନର ବିକାନେର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଆଇପିଏସ୍‌ ଅଫିସରଙ୍କ ଉପରେ ପିଛା କରିବା ସହ ଅଶ୍ଲୀଳ ମେସେଜ ପଠାଇବାର ଅଭିଯୋଗ ଆଣିଛନ୍ତି ମହିଳା । ମହିଳାଙ୍କ ଏଭଳି ଅଭିଯୋଗ ଏବେ ସ୍ଥାନୀୟ ପୁଲିସକୁ ଆଶ୍ଚର୍ଯ୍ୟ କରିଛି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ମହିଳାଙ୍କ ଅଭିଯୋଗ ପୁଲିସ ରଖୁ ନଥିବା ସାମ୍ନାକୁ ଆସୁଛି ।
ମହିଳାଙ୍କ ଅନୁଯାୟୀ, ସେ ନିଜ ଓକିଲଙ୍କ ସହ ଯାଇ ସବ୍‌ ଇନ୍‌ସ୍ପେକ୍ଟର ପ୍ରଦୀପ ମୋହନଙ୍କୁ ଦେଖା କରିଥିଲେ ମଧ୍ୟ ଏତଲା ରଖିବା ପରିବର୍ତ୍ତେ ମାମଲାକୁ ରଫା ଦଫା କରିବା ପାଇଁ ସେ ତାଙ୍କ ଉପରେ ଚାପ ପକାଇଥିଲେ । ଅନ୍ୟ ପକ୍ଷରେ ବିକାନେର ପୁଲିସ ପ୍ରଶାସନ ଏ ନେଇ କୌଣସି ମତ ରଖିବାକୁ ସଫା ସଫା ମନା କରି ଦେଇଛନ୍ତି ।

publive-image oneindia.com

ସୂଚନା ମୁତାବକ, ଗତ ଜାନୁଆରି ମାସରେ ଏକ ମାମଲାକୁ ନେଇ ପୀଡ଼ିତା ଆଇପିଏସ୍‌ ଅଫିସରଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ । ଯାହା ପରଠାରୁ ଆଇପିଏସ୍‌ ଅଫିସର ପୀଡ଼ିତାଙ୍କ ପଛରେ ପଡ଼ି ଯାଇଥିଲେ । କୌଣସି ବି ସମୟରେ ଫୋନ କରିଦେବା ସହ ଅଶ୍ଳୀଳ ମେସେଜ ପଠାଇବା ଆରମ୍ଭ କରିଥିଲେ । ଏ ନେଇ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ମେସେଜ ପଠାଇବା ବନ୍ଦ କରି ନଥିଲେ  ଆଇପିଏସ୍‌ ଅଫିସର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe