ଚୋରା କାଠ ଜବତ କରିବାକୁ ଯାଇଥିଲେ ରେଞ୍ଜର, ଆକ୍ରମଣ କଲେ କୋଇଲା ମାଫିଆ, ବନ ବିଭାଗର ୪ କର୍ମଚାରୀ ଆହତ

Advertisment
ଚୋରା କାଠ ଜବତ କରିବାକୁ ଯାଇଥିଲେ ରେଞ୍ଜର, ଆକ୍ରମଣ କଲେ କୋଇଲା ମାଫିଆ, ବନ ବିଭାଗର ୪ କର୍ମଚାରୀ ଆହତ

କଟକ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାଲକ୍ଷ୍ମୀପୁର ଠାରେ ଖୁଣ୍ଟୁଣୀ ରେଞ୍ଜ ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୋମବାର ଜଣାପଡ଼ିଛି। ଚୋରା କାଠ କୋଇଲା ଜବତ କରିବାକୁ ଯାଇଥିବା ବେଳେ କୋଇଲା ମାଫିଆମାନେ ରେଞ୍ଜରଙ୍କ ଗାଡି ଭାଙ୍ଗିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଖୁଣ୍ଟୁଣୀ ରେଞ୍ଜରଙ୍କ ସମେତ ୪ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ମହାଲକ୍ଷ୍ମୀପୁରର ହୃଦାନନ୍ଦ ବେହେରାଙ୍କ ଘରେ ଚୋରା କାଠ କୋଇଲା ଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା। ଖବର ମିଳିବା ପରେ ଖୁଣ୍ଟୁଣୀ ରେଞ୍ଜର ବନ ବିଭାଗର କର୍ମଚାରୀଙ୍କୁ ନେଇ ହୃଦାନନ୍ଦ ବେହେରାଙ୍କ ଘରେ ଚଢାଉ କରିଥିଲେ। ହୃଦାନନ୍ଦଙ୍କ ଘରୁ କାଠ କୋଇଲା ଜବତ କରି ଏହାକୁ ଟ୍ରକରେ ଲୋଡ କରୁଥିବା ବେଳେ ପରିବାର ଲୋକେ ବିରୋଧ କରିଥିଲେ। ଏପରିକି ଟ୍ରକରୁ ସବୁ କୋଇଲା କାଢିବାକୁ ବନ ବିଭାଗ କର୍ମଚାରୀଙ୍କୁ ଧମକାଇଥିଲେ।

ବନବିଭାଗ କର୍ମଚାରୀ କର୍ଣ୍ଣପାତ ନ କରିବାକୁ ହୃଦାନନ୍ଦ ଓ ତାଙ୍କ ପରିବାର କଟୁରୀ ଓ ଟାଙ୍ଗିଆ ଧରି ମରଣାନ୍ତକ ଆକ୍ରମଣ କରିଥିଲେ। ଜୀବନ ରକ୍ଷା କରି ବନ ବିଭାଗ କର୍ମଚାରୀ ଫେରୁଥିବା ବେଳେ ହୃଦାନନ୍ଦ ଟ୍ରକ ଉପରକୁ ଢେଲା ମାଡ କରିଥିବା ଅଭିଯୋଗ ହୋଇଛି। ପଥର ମାଡ଼ରେ ବନ ବିଭାଗର ଦୁଇଟି ଗାଡିର ସମ୍ମୁଖ ପଟ କାଚ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ବନ ବିଭାଗ କର୍ମଚାରୀ ଏହି ଘଟଣାକୁ ନେଇ ହୃଦାନନ୍ଦଙ୍କ ନାଁରେ ଥାନାରେ ଏତଲା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe