ସୁନା ଚାଲାଣ କରି ଧରାପଡ଼ିବା ପରେ ରାଣ୍ୟା ଦେଲେ ଏଭଳି ପ୍ରତିକ୍ରିୟା

ପଚରାଉଚରା ସମୟରେ ରାଣ୍ୟା ପୁଲିସ ସମ୍ମୁଖରେ ଏହି ସୁନା ଚୋରା ଚାଲାଣକୁ ନେଇ କହିଥିଲେ, ‘ଏଥିରେ ମୋର କିଛି ଭୁଲ ନାହିଁ। ମୋତେ ସୁନା ଚାଲାଣ ପାଇଁ ବାରମ୍ବାର ବାଧ୍ୟ କରାଯାଉଥିଲା।

ଅଦ୍ୟତନ ହୋଇଛି
ranya

ବେଙ୍ଗାଲୁରୁ: କନ୍ନଡ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ନିକଟରେ ସୁନା ଚାଲାଣ କରୁଥିବା ଅଭିଯୋଗରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବା ସହ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। 

ପଚରାଉଚରା ସମୟରେ ରାଣ୍ୟା ପୁଲିସ ସମ୍ମୁଖରେ ଏହି ସୁନା ଚୋରା ଚାଲାଣକୁ ନେଇ କହିଥିଲେ, ‘ଏଥିରେ ମୋର କିଛି ଭୁଲ ନାହିଁ। ମୋତେ ସୁନା ଚାଲାଣ ପାଇଁ ବାରମ୍ବାର ବାଧ୍ୟ କରାଯାଉଥିଲା। ଏମିତି କି ବ୍ଲାକମେଲିଂ ବି କରାଯାଉଥିଲା। ମୁଁ ଭୟରେ ଏ ବିଷୟରେ କାହାକୁ କିଛି ଜଣାଇ ବି ପାରୁ ନଥିଲି। ତେଣୁ ବ୍ଲାକମେଲ କରୁଥିବା ବ୍ୟକ୍ତି ମୋତେ ଯେପରି କରିବାକୁ କହୁଥିଲେ ମୁଁ କରି ଚାଲିଥିଲି।’

ରାଣ୍ୟାଙ୍କ ଗିରଫ ପରେ ପୁଲିସ ଅଧିକାରୀମାନେ  ତାଙ୍କ ଘରକୁ ଯାଇ ଯାଞ୍ଚ କରିବା ପରେ ସେଠାରୁ ପ୍ରାୟ ୨.୬୭କୋଟିର ନଗଦ ଟଙ୍କା ସହିତ ୨.୦୬ କୋଟି ଟଙ୍କାର ସୁନା ସେଠାରୁ ମିଳିଥିଲା। ଏହି ସମୟରେ ଅଭିନେତ୍ରୀଙ୍କ ଘରୁ ଅଧିକାରୀମାନେ ତିନିଟି ବାକ୍ସ ମଧ୍ୟ ଜବତ କରିଥିଲେ। ସେଥିରୁ ବି ୧୭.୨୯ କୋଟି ଟଙ୍କାର ସୁନା ମିଳିଥିଲା। ଯାହାକୁ ଦେଖି ଅଧିକାରୀମାନେ ଚକିତ ହୋଇଯାଇଥିଲେ।

ଏହି ଘଟଣାରେ ପୁଲିସ କନ‌ଷ୍ଟେବଳ ବସବରାଜୁଙ୍କୁ ବି ଗିରଫ କରିଛି। କାରଣ ରାଣ୍ୟା ଧରାପଡ଼ିବା ପରେ  କନ‌ଷ୍ଟେବଳ ବସବରାଜୁଙ୍କ ସାହାଯ୍ୟରେ ଅଧିକାରୀମାନଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe