ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ

Advertisment
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ

ଚନ୍ଦ୍ରଶେଖରପୁର: ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ନାବାଳିକାକୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ବସ୍ତି ଅଞ୍ଚଳରେ ଗତକାଲି ଜଣେ ନାବାଳିକା ଖେଳୁଥିବା ବେଳେ ତାକୁ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଯୁବକଜଣଙ୍କ ତା’ ସହ ଦୁଷ୍କର୍ମ କରିଥିଲା। ତେବେ ନାବାଳିକାଙ୍କ ଚିତ୍କାର ଶୁଣି ବସ୍ତିର ସଭାପତି ପଦାକୁ ଆସିବାରୁ ଅଭିଯୁକ୍ତଜଣଙ୍କ ସେଠାରୁ ଫେରାର୍‌ ହୋଇଯାଇଥିଲା। ପରେ ଏ ସଂପର୍କରେ ନାବାଳିକାଜଣଙ୍କ ପରିବାରଲୋକଙ୍କୁ ଜଣାଇବା ପରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଆଜି ସଂଧ୍ୟାରେ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe