ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

Advertisment
ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଭୁବନେଶ୍ୱର: ସାଲିଆସାହି ଏକାମ୍ରଭିଲ୍ଲା ଛକ ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଫେରାର୍‌ ଥିବା ଅଭିଯୁକ୍ତକୁ ୬ମାସ ପରେ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଲା ପ୍ରଦୀପ ନାୟକ(୨୦)। ଗତ ଜୁନ୍‌ ମାସରେ ପ୍ରଦୀପ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକ ତରଫା ଭାବେ ଭଲପାଉଥିଲା। ତାଙ୍କୁ ବିଭିନ୍ନ ସମୟରେ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ହେଲେ ନାବାଳିକା ଜଣଙ୍କ ପ୍ରଦୀପ କଥାରେ ରାଜି ହୋଇ ନଥିଲେ। ଦିନ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ସୁଯୋଗ ନେଇ ପ୍ରଦୀପ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ଏନେଇ ନାବାଳିକାଙ୍କ ପରିବାରଲୋକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଶନିବାର ରାତିରେ ପୁଲିସ ପ୍ରଦୀପକୁ ଭିଲ୍ଲା ଛକସ୍ଥିତ ଘରୁ ଗିରଫ କରି ଥାନାକୁ ଆଣିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe