ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

Advertisment
ମୁମ୍ବାଇରେ ସୁନ୍ଦରଗଡ଼ ନାବାଳିକା; ଉଦ୍ଧାର ପାଇଁ ମଜୁରିଆ ବାପାଙ୍କ ଆକୁଳ ନିବେଦନ

image source- live hindustan

ସମ୍ବଲପୁର: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଟାଉନ୍‌ ଥାନା ଅନ୍ତର୍ଗତ ଗୋଲବଜାରସ୍ଥିତ ଏକ ଲୁଗା ଦୋକାନରେ କାମ କରୁଥିବା ଜଣେ ଯୁବତୀ(୨୬)ଙ୍କୁ ତାଙ୍କର ଜଣେ ସହକର୍ମୀ ବିବାହ ପ୍ରତିଶ୍ରୁତି ଦେଇ ୩ ବର୍ଷ ହେବ ଶାରୀରିକ ସମ୍ପର୍କ ରଖିଆସୁଥିବା ଅଭିଯୋଗରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଉମାକାନ୍ତ ଷଣ୍ଢ (୩୧)କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ଉମାକାନ୍ତ ଏବେ ଯୁବତୀଙ୍କୁ ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରି ଅନ୍ୟତ୍ର ବିବାହ ପାଇଁ ଝିଅ ଖୋଜୁଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ ମହିଳା ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ବରଗଡ଼ ଜିଲ୍ଲା ଟାଉନ୍‌ ଥାନା କୁମ୍ଭାରପଡ଼ାର ଉମାକାନ୍ତ ଷଣ୍ଢ(୩୧)କୁ ଗିରଫ କରିଛି। ସେପଟେ, ଶନିବାର ଉଭୟ ପୀଡ଼ିତା ଓ ଉମାକାନ୍ତଙ୍କ ଡାକ୍ତରୀମାଇନା କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଧନୁପାଲି ଥାନା ଅଞ୍ଚଳର ଏହି ଆଦିବାସୀ ଯୁବତୀ ୨୦୧୬ ମସିହାରୁ ଗୋଲବଜାରସ୍ଥିତ ଏକ ଲୁଗା ଦୋକାନରେ କାମ କରିଆସୁଛନ୍ତି। ତେବେ ତାଙ୍କ ସହ ସେହି ଦୋକାନରେ କାମ କରୁଥିବା ଉମାକାନ୍ତ ତାଙ୍କୁ ପ୍ରେମ କରିବା ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe