ପ୍ରବେଶିକା ପରୀକ୍ଷା ଲାଗି ଭୁବନେଶ୍ୱର ଯାଉଥିବା ପିଜି ଛାତ୍ରୀଙ୍କୁ ଅଟୋ ଚାଳକଙ୍କ ଦୁଷ୍କର୍ମ ଉଦ୍ୟମ !

Advertisment
ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ତଦନ୍ତରୁ ଅଭିଯୋଗର ପ୍ରମାଣ ମିଳୁନି, ବିଭ୍ରାନ୍ତି ପାଇଁ ହୋଇପାରେ କାର୍ଯ୍ୟାନୁଷ୍ଠାନ

5AMPopUp.com

ବାରଙ୍ଗ: ପ୍ରବେଶିକା ପରୀକ୍ଷା ଦେବା ଲାଗି କଟକରୁ ଭୁବନେଶ୍ୱର ଯାଉଥିବା ଜଣେ ପିଜି ଛାତ୍ରୀଙ୍କୁ ଅଟୋଚାଳକ ଦୁଷ୍କର୍ମ ଉଦ୍ୟମ କରିଛି। କଟକ ଜିଲ୍ଲା ମୁଣ୍ଡଳୀ ନିକଟ ଲଟାବାସେଳୀ ଜଙ୍ଗଲରେ ଛାତ୍ରୀଙ୍କ ଚିତ୍କାର ଶୁଣି ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକ ତୁଷାରକାନ୍ତ ବେହେରା ଓ ତାଙ୍କ ସାଥୀ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଅଟୋ ଚାଳକଙ୍କୁ ବାରଙ୍ଗ ଥାନା ପୁଲିସ ନିକଟରେ ଜିମା ଦେଇଛନ୍ତି। ଅଭିଯୁକ୍ତ କଟକ ଜିଲ୍ଲା ବାଙ୍କୀ କଳାପଥର ବଡ଼ସାହିର ଦିଲୀପ ମହାପାତ୍ର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧ଟା ସମୟରେ ୨ ଜଣ ମହିଳା ଓ ଯାଜପୁର ଜିଲ୍ଲା ବିର୍ଲାହାଟ ଅଂଚଳର ଜଣେ ପିଜି ଛାତ୍ରୀ କଟକରୁ ଅଟୋରେ ବସି ଭୁବନେଶ୍ୱର ଆସୁଥିଲେ। ମହିଳା ଦ୍ୱୟ ନିଜ ଲକ୍ଷ୍ୟସ୍ଥଳୀରେ ପହଂଚିବା ପରେ ଅଟୋରୁ ଓହ୍ଲାଇ ଯାଇଥିଲେ। ଏହି ସମୟରେ ଛାତ୍ରୀ ଜଣକ ଏକାକୀ ରହିବାର ସୁଯୋଗ ନେଇ ଦିଲୀପ ମହାପାତ୍ର ଅଟୋକୁ ଭୁବନେଶ୍ୱର ନେବା ବଦଳରେ ମୁଣ୍ଡଳୀ ଆଡ଼କୁ ନେଇଥିଲା। ସେ ଲଟାବାସେଳୀ ଜଙ୍ଗଳରେ ଛାତ୍ରୀଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା। ଛାତ୍ରୀର ଚିତ୍କାର ଶୁଣି ଏହି ସମୟରେ ଘଟଣାସ୍ଥଳ ନିକଟ ଦେଇ ଯାଉଥିବା ୨ ଜଣ ଯୁବକ ପହଂଚି ଉଦ୍ଧାର କରିଥିଲେ ଏବଂ ସେମାନେ ଅଭିଯୁକ୍ତ ଦିଲୀପକୁ ପୁଲିସ ନିକଟରେ ଜିମା ଦେଇଥିଲେ।

ଅଟୋରେ ପିଜି ଛାତ୍ରୀ ଜଣକ ଏକାକୀ ବସିଥିବାର ସୁଯୋଗ ନେଇ ଦିଲୀପ ଦୁଷ୍କର୍ମ ପାଇଁ ଚିନ୍ତା କରିଥିଲା। ସେଥିପାଇଁ ସେ କଟକରୁ ଅଟୋକୁ ବାରଙ୍ଗ ଦେଇ ଭୁବନେଶ୍ୱର ନ ନେଇ ମୁଣ୍ଡଳି ଆଡ଼କୁ ଅଗ୍ରସର ହୋଇଥିଲା। ଅନ୍ୟପଟରେ ଅଭିଯୁକ୍ତ ଅଟୋ ଚାଳକ ପୁଲିସକୁ କହିଛି, ଛାତ୍ର୍ରୀ ଜଣକ ପ୍ରଥମେ ବାଙ୍କୀ ଯିବାକୁ କହିଥିଲେ। ପରେ ପୁଣି ଭୁବନେଶ୍ୱରରେ ଛାଡ଼ିବାକୁ କହିଥିଲେ।

ଅନ୍ୟପଟରେ ଅଭିଯୁକ୍ତ ପଚାରିବାରୁ ସେ ପୁଲିସ ଆଗରେ କିଛି ସ୍ପଷ୍ଟ ଭାବରେ କହିପାରୁ ନାହିଁ। ଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ଥିବାରୁ ପୁଲିସ ତାଙ୍କୁ ନେଇ ଭୁବନେଶ୍ୱରରେ ଛାଡ଼ିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe