ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

Advertisment
ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ଜଟଣୀ: ଘରେ ଏକୁଟିଆ ଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଟଣୀ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ, ଛଣଘର ମଧୁସୂଦନ ନଗରର ଦେବାଶିଷ ରାଉତରାୟ ଓରଫ ଟୁଲୁ(୩୬)। ପୁଲିସ ସୂତ୍ରରୁ ପ୍ରକାଶ ଯେ ଜଟଣୀ ଥାନା ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଛଣଘର ମଧୁସୂଦନ ନଗରର ଦେବାଶିଷ ଗତକାଲି ଦିନ ସାଢ଼େ ୧୧ଟାରେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମହିଳାଜଣକ ଏହାର ବିରୋଧ କରିବାରୁ ଦେବାଶିଷ ତାଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ମହିଳାଙ୍କ ପାଟି ଶୁଣି ପଡ଼ିଶା ଘର ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି ଅଭିଯୁକ୍ତ ଦୌଡ଼ି ପଳେଇ ଥିଲେ। ପରେ ଜଟଣୀ ଥାନାରେ ଏ ନେଇ ମହିଳାଙ୍କ ସ୍ବାମୀ ଲିଖିତ ଅଭିଯୋଗ କରିବାରୁ ପୁଲିସ ୭୫/୨୦ରେ ଏକ ମାମଲା ରୁଜୁ କରି ଦେବାଶି‌ଷକୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe