ରାଜଧାନୀରେ ଚାଞ୍ଚଲ୍ୟ : ୧୦ବର୍ଷିଆ ୪ ନାବାଳକ ବି ଗଣଦୁଷ୍କର୍ମ କଲେ

ରାଜଧାନୀରେ ଚାଞ୍ଚଲ୍ୟ : ୧୦ବର୍ଷିଆ ୪ ନାବାଳକ ବି ଗଣଦୁଷ୍କର୍ମ କଲେ

ଖଣ୍ଡଗିରି : ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଏକ ଗଣଦୁଷ୍କର୍ମ ମାମଲା‌ରେ ୪ ଜଣ ନାବାଳକଙ୍କୁ ଜୁଭୋନଇଲ୍‌ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି। ହାରାହାରି ୧୦ ବର୍ଷର ବୟସର ଏହି ଅଭିଯୁକ୍ତମାନେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ(୮ବର୍ଷ)ଙ୍କୁ ଗଣଦୁର୍ଷ୍କମ କରିଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମାମଲାଟି ଖଣ୍ଡଗିରି ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏଡ଼େ ବକଟେ ବକଟେ ପିଲାଙ୍କ ମୁଣ୍ଡରେ ଏଭଳି ମନ୍ଦ ବୁଦ୍ଧି ପଶିବା ଓ ତାକୁ ବଡ଼ ସାହାସର ସହ କାର୍ଯ୍ୟରେ ପରିଣତ କରିବା ଭଳି ଏହି ଅଘଟଣଟି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

publive-image DNA India

ଘଟଣାଟି ଏମିତି; ଗତକାଲି ସନ୍ଧ୍ୟାରେ ନାବାଳିକାଟି ବସ୍ତି ଦାଣ୍ଡରେ ଖେଳୁଥିବା ବେଳେ ସେହି ସାହିର ୪ ଜଣ ନାବାଳକ ତାକୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ। ସାଙ୍ଗସାଥୀ ହୋଇ ସବୁଦିନେ ‌ସେମାନଙ୍କ ସହ ଖେଳୁଥିବା ନାବାଳିକାଟି ମନ୍ଦ ଉଦ୍ଦେଶ୍ୟ ବୁଝି ନ ପାରି ସେମାନଙ୍କ ସହ ନିଛାଟିଆ ସ୍ଥାନକୁ ଚାଲି ଯାଇଥିଲା ଓ ଦୁଷ୍କର୍ମର ଶିକାର ହୋଇଥିଲା। ପରେ ସେ କାନ୍ଦି କାନ୍ଦି ଘରକୁ ଫେରି ତା’ ମାଙ୍କୁ ସବୁ କଥା କହିଥିଲା। ଘଟଣାଟି ସାହିରେ ପ୍ରଘଟ ହେବା ପରେ ସମସ୍ତେ ତଟସ୍ଥ ହୋଇଯାଇଥିଲେ। ତୁରନ୍ତ ନାବାଳିକାକୁ ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ଚିକିତ୍ସା କରାଯାଇଥିଲା। କଥାକୁ ପ୍ରଘଟ ନ କରି ଚପାଇବାକୁ ସାହିର ମୁରବୀମାନେ ଲାଗି ପଡ଼ିଥିଲେ ହେଁ ନାବାଳିକାଙ୍କ ମା’ ରାଜି ହୋଇନଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ରାତାରାତି ନାବାଳକମାନଙ୍କୁ ଉଠାଇ ନେଇଥିଲା। ଆଜି ସେମାନଙ୍କ ଡାକ୍ତରୀ ମାଇନା କରାଯାଇଥିଲା ଓ ନାବାଳିକାର ବୟାନ୍ ରେକର୍ଡ କରାଯାଇଥିଲା। ନାବାଳିକାଟି ସ୍ପଷ୍ଟ ଭାବେ ଅଭିଯୁକ୍ତମାନଙ୍କ କାରନାମା ବୟାନ୍ କରିଥିଲା। ପୁଲିସ ସୂଚନାନୁସାରେ ଘଟଣାଟି ସତ। ନାବାଳକମାନେ ମଧ୍ୟ ଏହି କାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି। ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ କହିବା କଥା ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ୧୩ ବର୍ଷର ପିଲା ଥିବା ବେଳେ ଅନ୍ୟଜଣେ ୮ ବର୍ଷର ଓ ଆଉ ଦୁଇ ଜଣଙ୍କ ବୟସ ୧୦ ବର୍ଷ। କିନ୍ତୁ ସେମାନଙ୍କ ଏହି କାରନାମା କୌଣସି ପେଶାଦାର ଅପରାଧୀଙ୍କଠାରୁ କମ୍ ନୁହେଁ ବୋଲି ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe