ଖଣ୍ଡଗିରି: ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ତମାଣ୍ଡୋ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ହେଲେ, ତମାଣ୍ଡୋ ଥାନା ଅନ୍ତର୍ଗତ ନଁପୁଟ ଗ୍ରାମର ବଂଶୀଧର ପାତ୍ର(୪୩)। ପୁଲିସ ସୂଚନାନୁସାରେ, ଗତ ୩ ତାରିଖ ପୂର୍ବାହ୍ଣ ପ୍ରାୟ ୧୦ଟାରେ ବଂଶୀଧର ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଏକୁଟଆ ଦେଖି ନିଜ ଘରକୁ ଉଠାଇ ନେଇଥିଲା। ବଂଶୀଧର ତା ଘରର ଉପରମହଲାରେ ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିବା ପରେ ସେହିଠାରେ ଛାଡ଼ି ଦେଇ ବାହାରକୁ ପଳାଇ ଯାଇଥିଲା। ବଂଶୀଧର ଭାବିଥିଲା ଯୁବତୀଜଣଙ୍କ ଲୋକଲଜ୍ଜାକୁ ଡରି ପଳାଇବ ଓ କଥା ଛପିଯିବ। ମାତ୍ର ଦୁଷ୍କର୍ମର ଶିକାର ହେବା ପରେ ଯୁବତୀଜଣଙ୍କ ବଂଶୀଧରର ଘରୁ ଆଉ ବାହାରି ନଥିଲା। ଫଳରେ କଥା ପ୍ରଘଟ ହୋଇଯାଇଥିଲା। ଏନେଇ ସେ ଘଟଣା ଦିନ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ବଂଶୀଧର ଫେରାର୍ ଥିବାରୁ ପୁଲିସ ତାକୁ ଗିରଫ କରିପାରି ନଥିଲା। ଗୁରୁବାର ରାତିରେ ତମାଣ୍ଡୋ ଥାନା ପୁଲିସ ଏୟାର୍ଫିଲ୍ଡ ଥାନା ଅଞ୍ଚଳରୁ ବଂଶୀଧରକୁ ଗିରଫ କରିଥିଲା।
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ
Advertisment
Follow Us