ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରି ଚାରି ବର୍ଷ ଧରି ଭାଉଜ ସହ ଦୁଷ୍କର୍ମ କରୁଥିଲା ଦିଅର!

photo-navbharattimes

ବସ୍ତୀ: ଉତ୍ତର ପ୍ରଦେଶର ବସ୍ତୀ ଜିଲ୍ଲାର ଲାଲଗଞ୍ଜ ଅଞ୍ଚଳରେ ଜଣେ ମହିଳା ନିଜର ଦିଅର ଉପରେ ବ୍ଲାକ୍‌ମେଲ କରି ଚାରି ବର୍ଷ ଧରି ଦୁଷ୍କର୍ମ କରିବାର ଅଭିଯୋଗ ଆଣିଛନ୍ତି। ପୀଡ଼ିତାଙ୍କ କହିବା ଅନୁଯାୟୀ ତାଙ୍କୁ ଧୋକା ଦେଇ ଦିଅର ତାଙ୍କର ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିଥିଲେ ଓ ପରେ ତା’କୁ ଭାଇରାଲ୍‌ କରିବାର ଧମକ ଦେଇ ତାଙ୍କ ସହ ଗତ ଚାରି ବର୍ଷ ଧରି ଦୁଷ୍କର୍ମ କରି ଆସୁଥିଲେ।

ପୁଲିସର ସୂଚନା ୩୫ ବର୍ଷୀୟା ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ୨୦୧୫ରେ ସେ ଘରେ ଏକୁଟିଆ ଥିବା ବେଳେ ଦିଅର ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ପିଆଇଥିଲେ। ଏହାପରେ ସେ ବେହୋଶ ହୋଇ ପଡ଼ିଥିଲେ। ତା’ପରେ ଦିଅର ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଦିଅର ଏହି ଦୁଷ୍କର୍ମ ଦୃଶ୍ୟର ଭିଡ଼ିଓ ବି ସୁଟିଂ କରାଇଥିଲେ।

publive-image photo-navbharattimes

ହୋଶ୍‌ ଆସିବା ପରେ ଦିଅରଙ୍କୁ ବିରୋଧ କରିଥିଲେ ମହିଳା,ମାତ୍ର ସେ ପିଲାମାନଙ୍କୁ ମାରି ଦେବାର ଧମକ ଦେଇ ମୁହଁ ଚୁପ୍‌ କରିଥିଲା ଓ କ୍ରମାଗତ ଭାବେ ଚାରି ବର୍ଷ ଧରି ଦୁଷ୍କର୍ମ କରି ଚାଲିଥିଲା। ପୀଡ଼ିତାଙ୍କ ସ୍ୱାମୀ ବାହାରେ ରହୁଥିବା ବେଳେ ପୀଡ଼ିତା ଦିଅର ଓ ନିଜର ପିଲାମାନଙ୍କ ସହିତ ଗାଆଁରେ ରହନ୍ତି। ପୁଲିସ ଏହି ମାମଲାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe