ବରଯାତ୍ରୀରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ନାଚୁଥିବାରୁ ଦେଖିବା ପରେ ମଣ୍ଡପ ପଛପଟକୁ ଟାଣି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ

Advertisment
ବରଯାତ୍ରୀରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ନାଚୁଥିବାରୁ ଦେଖିବା ପରେ ମଣ୍ଡପ ପଛପଟକୁ ଟାଣି ନେଇ ଦୁଷ୍କର୍ମ କଲା ଅଭିଯୁକ୍ତ

Gulf News

ହମୀରପୁର: ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାରେ ଦେଶର ଆଇନ ବିଫଳ ହେଉଥିବାରୁ ଦିନକୁ ଦିନ ଦୁଷ୍କର୍ମ ଭଳି ଅପରାଧ ବଢ଼ି ବଢ଼ି ଚାଲିଛି। ଅଭିଯୁକ୍ତମାନେ ଆଇନକୁ ନ ଡ଼ରି ଅପରାଧ କରିବାରେ ଲାଗିଛନ୍ତି। ଉତ୍ତରପ୍ରଦେଶର ହମୀରପୁରରେ ଜଣେ ଅଭିଯୁକ୍ତ ପୁଲିସ ଷ୍ଟେସନ ପାଖରେ ହିଁ ଦୁଷ୍କର୍ମ ଭଳି ଅପରାଧ କରିବାର ସାହାସ କରିଛି। ବରଯାତ୍ରୀରେ ଜଣେ ନାବାଳିକାକୁ ଦେଖିବା ଏବଂ ପରେ ମଣ୍ଡପରେ ପହଞ୍ଚି ପୀଡ଼ିତାଙ୍କ ସହ ଦୁଷ୍କର୍ମ ଭଳି ଅପରାଧ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୀଡ଼ିତା ସପ୍ତମ ଶ୍ରେଣୀର ଛାତ୍ରୀ ଥିବା ବେଳେ ଦୁଷ୍କର୍ମ ପରେ କାହାକୁ ନଜଣାଇବା ପାଇଁ ଅଭିଯୁକ୍ତ ଧମକ ଦେଇଥିବା ସାମ୍ନାକୁ ଆସିଛି। କିନ୍ତୁ ପୀଡ଼ିତା ଅଭିଯୁକ୍ତର ହତ୍ୟା ଧମକକୁ ନଡ଼ରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏବେ ଏତଲା ରଖି ଫେରାର ଥିବା ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିିଛି।

Image result for rape Humans of Pakistan

ପୁଲିସର କହିବା ମୁତାବକ, ରବିବାର ରାତିରେ ହମୀରପୁରରେ ଏକ ବିବାହ ଥିବା ବେଳେ ପୀଡ଼ିତା ବରଯାତ୍ରୀରେ ନାଚି ନାଚି କନ୍ୟା ଘରକୁ ଯାଉଥିଲେ। ମଣ୍ଡପ ପାଖରେ ବରଯାତ୍ରୀ ପହଞ୍ଚିବା ପରେ ଜ‌ଣେ ବୟସ୍କ ଯୁବକ ଚକୋଲେଟ ଦେବା ଆଳରେ ପୀଡ଼ିତାଙ୍କୁ ଭିଡ଼ରୁ ବାହାର କରିନେଇଥିଲେ। ପରେ ସେ ମଣ୍ଡପ ପଛପଟକୁ ନେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ଅପରାଧ କରିସାରିବା ପରେ ହତ୍ୟା ଧମକ ଦେଇ କାହାକୁ ନ ଜଣାଇବାକୁ କହି ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe