ଯୌନ ରାକ୍ଷସଙ୍କ କବଳରୁ ଖସି ଆସିଥିବା ଜନୈକା ବାଳିକାର କରୁଣ କାହାଣୀ....

Advertisment

ଆଶ୍ରମରେ ଥିବା ଅନ୍ତେବାସୀ ପ୍ରତି ରାତିରେ ହୁଅନ୍ତି ଯୌନ ନିର୍ଯାତନା ଓ ଦୁଷ୍କର୍ମର ଶିକାର

ଆଶ୍ରମରେ ଥିବା ଅନ୍ତେବାସୀ ପ୍ରତି ରାତିରେ ହୁଅନ୍ତି ଯୌନ ନିର୍ଯାତନା ଓ ଦୁଷ୍କର୍ମର ଶିକାର

ଯୌନ ରାକ୍ଷସଙ୍କ କବଳରୁ ଖସି ଆସିଥିବା ଜନୈକା ବାଳିକାର କରୁଣ କାହାଣୀ....

ଗୌହାଟି: ଦିବ୍ୟାଙ୍ଗ ଓ ଅନାଥ ବାଳିକାମାନଙ୍କୁ ନିରାପଦ ଆଶ୍ରୟ ଯୋଗାଇଦେବା ଲକ୍ଷ୍ୟରେ ଆସାମରେ ଥିବା ଏକ ଆଶ୍ରମରେ ଅନ୍ତେବାସୀ ବାଳିକାମାନଙ୍କୁ ଜଘନ୍ୟ ଯୌନ ନିର୍ଯାତନା ଦିଆଯାଉଥିବା ଘଟଣା ଏବେ ଲୋକଲୋଚନକୁ ଆସିଛି।

publive-image

ସାଧୁ ବେଶରେ ଏହି ଆଶ୍ରମର ତତ୍ତ୍ୱାବଧାରକ ସାଜିଥିବା ଯୌନ ପିପାଷୁ ରାକ୍ଷସମାନଙ୍କ କବଳରୁ ଖସି ଆସିବାରେ ସମର୍ଥ ହୋଇଥିବା ଜନୈକା ବାଳିକା ସଂପୃକ୍ତ ଆଶ୍ରମରେ ଚାଲିଥିବା କାରବାର ସଂପର୍କରେ ଯେଉଁ ସୂଚନା ସର୍ବ ସାଧାରଣରେ ପ୍ରକାଶ କରିଛି, ତାହାକୁ ଶୁଣିଲେ ଯେକେହି ବି ତଟସ୍ଥ ହୋଇ ରହିଯିବେ। ଆସାମର ରାଜଧାନୀ ଗୌହାଟି ଠାରୁ ଅନତି ଦୂରରେ ଥିବା ଶିଳାପଥର ଠାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲା ଏହି ଆଶ୍ରମ। ଆଉ ଏଠାର ଅନ୍ତେବାସିନୀ ସାଜୁଥିବା ବାଳିକାମାନଙ୍କୁ ଦିଆ ଯାଉଥିଲା ଅକଥନୀୟ ଯୌନ ନିର୍ଯାତନା। ଅନ୍ତେବାସିନୀମାନଙ୍କ ମଧ୍ୟରେ ଥିବା ନାବାଳିକାମାନେ ସୁଦ୍ଧା ବାଦ ପଡ଼ୁ ନଥିଲେ ଏହି ଯୌନ ପିପାଷୁମାନଙ୍କ କ୍ଷୁଧିତ ଆକ୍ରମଣରୁ। ତେବେ, ସୌଭାଗ୍ୟବଶତଃ ଗତ ସୋମବାର ବିଳମ୍ବିତ ରାତ୍ରରେ ଏହି ଆଶ୍ରମର ଯୌନପିପାଷୁ ରାକ୍ଷସମାନଙ୍କ କବଳରୁ ଖସି ଆସିଥିବା ଜନୈକା ଦିବ୍ୟାଙ୍ଗା ବାଳିକା ଗଣମାଧ୍ୟମ ସମ୍ମୁଖରେ ଯେଉଁ ବୟାନ ଦେଇଛି, ତାହା କୌଣସି ଭୟାନକ ଚଳଚ୍ଚିତ୍ର କାହାଣୀ ଠାରୁ କୌଣସି ପ୍ରକାରେ କମ୍‌ ନୁହେଁ।

publive-image

ଗଣମାଧ୍ୟମ ଓ ପ୍ରଶାସନ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ବାଳିକାଟି ଦେଇଥିବା ବୟାନ ଅନୁଯାୟୀ, ସଂପୃକ୍ତ ଆଶ୍ରମର ପରିଚାଳନା ଦାୟିତ୍ୱରେ ରହିଥିବା ତତ୍ତ୍ୱାବଧାରକ ମାଧବ କ୍ରିଷ୍ଣ ଦେବ ଗୋସ୍ୱାମୀ ଅଭିଯୋଗକାରିଣୀ ବାଳିକାଟିକୁ ଗତ ତିନି ମାସ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ। ଯୌନ ନିର୍ଯାତନା ଦିଆଯାଉଥିବା ବାଳିକାମାନଙ୍କୁ ଦୁଇଟି କଠୋରୀରେ ତାଲା ପକାଇ ରଖା ଯାଉଥିଲା। ଆଶ୍ରମ ପରିଚାଳକ ଗୋସ୍ୱାମୀଙ୍କର ଦୁଇ ଘନିଷ୍ଠ ସହଯୋଗୀ ଶ୍ୟାମଲାଲ୍‌ ଗୋସ୍ୱାମୀ ଓ ଦୀପଙ୍କର ଚେତିଆ ପ୍ରତ୍ୟେକ ଦିନ ରାତିରେ ଆସି ସେଇ ଦୁଇ କଠୋରୀରେ ବନ୍ଦୀଥିବା ବାଳିକାମାନଙ୍କ ମଧ୍ୟରୁ ଜଣଙ୍କୁ ପସନ୍ଦ କରିବା ସହ ତାଙ୍କୁ ନେଇ ଯାଉଥିଲେ ଆଶ୍ରମର ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଖକୁ। ସେ ସଂପୃକ୍ତା ନାବାଳିକାଟିକୁ ଯୌନ ନିର୍ଯାତନା ଦେବା ସହ ବଳ ପୂର୍ବକ ଦୁଷ୍କର୍ମ କରୁଥିଲେ। ପରେ, ଏ ଘଟଣା ବାହାରେ ପ୍ରଘଟ କଲେ ହତ୍ୟା କରାଯିବ ବୋଲି ଧମକ ମିଳୁଥିଲା ସେମାନଙ୍କୁ।

publive-image

ଆଶ୍ରମରେ ଚାଲିଥିବା ଏପ୍ରକାରର ଯୌନ ନିର୍ଯାତନାକୁ ସହ୍ୟ କରିବାରେ ଅସମର୍ଥ ଥିବା ଅନେକ ଅନ୍ତେବାସିନୀ ରାତିଅଧିଆ ଆଶ୍ରମ ଛାଡ଼ି ପଳାୟନ କରୁଥିଲେ। ଏହିକ୍ରମରେ ଅଭିଯୋଗକାରିଣୀ ବାଳିକା ଜଣକ ମଧ୍ୟ ଗତ ଦୁଇ ଦିନ ତଳେ ତାଙ୍କର ଅନ୍ୟ ଦୁଇ ସହ ଅନ୍ତେବାସିନୀଙ୍କ ସହ ରାତିଅଧିଆ ଆଶ୍ରମ ଛାଡ଼ି ପଳାଇବାକୁ ଉଦ୍ଦ୍ୟମ କରିଥିଲା; ହେଲେ ତା’ର ଗୋଡ଼ ଜଖମ ଥିବାରୁ ସେ ଏଥିରେ ସମର୍ଥ ହୋଇପାରି ନଥିଲା। ତା’କୁ ଆଶ୍ରମରେ ଗତ ତିନି ମାସ ଧରି ଯୌନ ନିର୍ଯାତନା ଦିଆ ଚାଲିଥିଲା। ତେବେ, ଗତ ସୋମବାର ଦିନ ସଂପୃକ୍ତା ନାବାଳିକାଟିକୁ ତା’ର ଅସୁସ୍ଥତା ସତ୍ତ୍ୱେ ଯୌନ ନିର୍ଯାତନା ଦେବାକୁ ଏହି ରାକ୍ଷସ ଦଳ ଉଦ୍ଦ୍ୟମ କରୁଥିବା ବେଳେ ସେ କୌଶଳକ୍ରମେ ସେମାନଙ୍କ କବଳରୁ ଖସି ଆସିବାରେ ସମର୍ଥ ହୋଇଥିଲା। ଏବଂ ବିଳମ୍ବିତ ରାତ୍ରରେ ଅନ୍ୟତ୍ର କୁଆଡ଼େ ନଯାଇ ପାରି ଆଶ୍ରମ ନିକଟବର୍ତ୍ତୀ ଜନୈକ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେବା ସହ ତାଙ୍କୁ ଘଟଣା ସଂପର୍କରେ କହିଥିଲା। ପରେ ସଂପୃକ୍ତ ବ୍ୟକ୍ତି ଜଣକ ଘଟଣା ସଂପର୍କରେ ପୁଲିସ୍‌ରେ ଖବର ଦେବା ସହ, ଅନେକ ଦିନ ରାତ୍ରିରେ ଆଶ୍ରମ ମଧ୍ୟରୁ ‘ରକ୍ଷାକର’, ‘ରକ୍ଷାକର’ ଚିତ୍କାର ଆସୁଥିବା ଶୁଣିବାକୁ ପାଇଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

publive-image

ଏହି ଅଭିଯୋଗ ପାଇବା ପରେ ସଂପୃକ୍ତ ଆଶ୍ରମର ସମସ୍ତ ଅଧିକାରୀ ଫେରାର୍‌ ହୋଇଯାଇଛନ୍ତି। ଏହି ଆଶ୍ରମର ପ୍ରତିଷ୍ଠାତା ଆସାମର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଆଶ୍ରମ ପକ୍ଷରୁ ଆୟୋଜିତ ବିଭିନ୍ନ ଉତ୍ସବରେ ଆସାମର ବହୁ ରାଜନେତା ଯୋଗ ଦିଅନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe