ଭଉଣୀ ଦୁଷ୍କର୍ମର ପ୍ରତିଶୋଧ: ଦୁଷ୍କର୍ମକାରୀର ଭଉଣୀକୁ ତାର ମାଆ ସମ୍ମୁଖରେ ଦୁଷ୍କର୍ମ କଲା ପୀଡିତାର ଭାଇ

Advertisment
ଭଉଣୀ ଦୁଷ୍କର୍ମର ପ୍ରତିଶୋଧ: ଦୁଷ୍କର୍ମକାରୀର ଭଉଣୀକୁ ତାର ମାଆ ସମ୍ମୁଖରେ ଦୁଷ୍କର୍ମ କଲା ପୀଡିତାର ଭାଇ

ଉତ୍ତରପ୍ରଦେଶ: ଜେଲରେ ବନ୍ଦୀ ଥିବା ଦୁଷ୍କର୍ମକାରୀର ପ୍ରତିଶୋଧ ନେବା ପାଇଁ ତାର ଭଉଣୀକୁ ପୀଡିତାର ଭାଇ ଦୁଷ୍କର୍ମ କରିଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାର ନାବାଳିକା ତାର ମା’ ସହିତ ଚାଲିଚାଲି ଅନୋଗିସ୍ଥିତ ଜିଲ୍ଲା ଜେଲରେ ବନ୍ଦୀ ଥିବା ତାର ଦୁଷ୍କର୍ମକାରୀ ଭାଇକୁ ଦେଖା କରିବାକୁ ଯାଉଥିଲା। ଏହି ସମୟରେ ରାସ୍ତାରେ ପ୍ରାତାପପୁର ଗ୍ରାମ ସମ୍ମୁଖରେ ଜେଲ ପର୍ଯ୍ୟନ୍ତ ଛାଡ଼ି ଦେବାକୁ କହି ଏକ ବୋଲେରୋ ଚାଳକ ମା’ ଝିଅଙ୍କୁ ଗାଡ଼ି ବସାଇଥିଲା। କିଛି ବାଟ ଆଗକୁ ଯିବା ପରେ ବୋଲେରୋରେ ଦୁଇଜଣ ଯୁବକ ଚଢ଼ିଥିଲେ।

publive-image

ଏହାପରେ ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ଚଳନ୍ତା ଗାଡ଼ିରେ ନାବାଳିକା ମା’କୁ ଚାପୁଡ଼ା ମାରିବା ସହ ପାଟି ଖୋଲିଲେ ଜୀବନରୁ ମାରି ଦେବ ବୋଲି ଧମକ ଦେଇଥିଲା। ଏହାପରେ ଚଳାନ୍ତା ଗାଡ଼ିରେ ମା’ ସମ୍ମୁଖରେ ନାବାଳିକାକୁ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିଲେ। ପୀଡିତା ଶରୀରବସ୍ଥା ବିଗିଡ଼ା ଦେଖି ମା’ ଓ ଝିଅ ଦୁଇଜଣଙ୍କୁ ଅନୋଗିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ପୀଡିତାକୁ ଗୁରତର ଅବସ୍ଥାରେ ସ୍ଥାନୀୟଲୋକ ଜିଲ୍ଲା ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଏସପି କିରିଟ କୁମାର ରାଠୋଡଙ୍କ କହିବାନୁସାରେ, ନାବାଳିକାକୁ ଦୁଷ୍କର୍ମ କରିଥିବା ମୁଖ୍ୟ ଆସାମୀ ସେହି ଯୁବତୀଙ୍କ ଭାଇ ଯାହାଙ୍କ ସହିତ ୨୦୧୬ ମଇ ୧୭ ତାରିଖ ଦିନ ଠଠିଆ ଥାନାଅଞ୍ଚଳସ୍ଥ ଏକ ଗ୍ରାମରେ ଦୁଷ୍କର୍ମ ହୋଇଥିଲା। ଏହି ଦୁଷ୍କର୍ମ ଅଭିଯୋଗରେ ଦୁଷ୍କର୍ମକାରୀ ଜେଲରେ ବନ୍ଦୀ ଜୀବନ କାଟୁଛି।

publive-image

ତେବେ ଭଉଣୀକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀର ପ୍ରତିଶୋଧ ନେବା ପାଇଁ ପୀଡିତାର ଭାଇ ଦୁଷ୍କର୍ମକାରୀର ନାବାଳିକା ଭଉଣୀକୁ ଚଳନା ଗାଡ଼ିେରେ ମା’ ସମ୍ମୁଖରେ ଦୁଷ୍କର୍ମ କରିଥିଲା। ତେବେ ଏହି ଦୁଷ୍କର୍ମକାରୀ ଓ ତାର ସାଙ୍ଗ ଯେଉଁସ୍ଥାନରେ ଥିବା ସନ୍ଦେହ ହେଉଛି ସେହି ସ୍ଥାନରେ ଚଢ଼ାଉ କରାଯାଉଛି ବୋଲି ପୁଲିସ ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe