ସୁସ୍ଥଲୋକଙ୍କୁ କୋମାକୁ ଚାଲିଯାଇଥିବା କହି ଟଙ୍କା ହଡ଼ପ କରୁଥିଲା ହସ୍ପିଟାଲ

Advertisment

ମଧ୍ୟପ୍ରଦେଶର ରତଲାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କ ପରିବାରଠାରୁ ଟଙ୍କା ଆଦାୟ କରିବା ପାଇଁ ଏକ ହସ୍ପିଟାଲ ବିନା କାରଣରେ ଜଣେ ବ୍ୟକ୍ତିଙ୍କୁ ଭର୍ତ୍ତି କରି ରଖିଥିବାର ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି।

ମଧ୍ୟପ୍ରଦେଶର ରତଲାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କ ପରିବାରଠାରୁ ଟଙ୍କା ଆଦାୟ କରିବା ପାଇଁ ଏକ ହସ୍ପିଟାଲ ବିନା କାରଣରେ ଜଣେ ବ୍ୟକ୍ତିଙ୍କୁ ଭର୍ତ୍ତି କରି ରଖିଥିବାର ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି।

କପକ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରତଲାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କ ପରିବାରଠାରୁ ଟଙ୍କା ଆଦାୟ କରିବା ପାଇଁ ଏକ ହସ୍ପିଟାଲ ବିନା କାରଣରେ ଜଣେ ବ୍ୟକ୍ତିଙ୍କୁ ଭର୍ତ୍ତି କରି ରଖିଥିବାର ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି।  

ଏହି ଘଟଣା ଗୀତା ଦେବୀ ହସ୍ପିଟାଲରେ ଘଟିଛି।  ଘଟଣା ସହିତ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ରତଲାମର ଗୀତା ଦେବୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିଛିଦିନ ଭର୍ତ୍ତି ରହିବାପରେ ଡାକ୍ତରମାନେ ଉକ୍ତ ରୋଗୀଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସେ କୋମାକୁ ଚାଲି ଯାଇଛନ୍ତି। ତେଣୁ ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକ ରହିଛି।

ସ୍ତ୍ରୀ ଡାକ୍ତରଙ୍କ ଠାରୁ ସ୍ବାମୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ଥିବା ଜାଣି ଟଙ୍କା ଯୋଗାଡ଼ ପାଇଁ ପାଗଳପ୍ରାୟ ହୋଇ ବୁଲିବାକୁ ଲାଗିଥିଲେ। ଯାହାକୁ ଦେଖିଥିଲେ ସାହାଯ୍ୟ ଭିକ୍ଷା କରିଥିଲେ। ବହୁ ପରିଶ୍ରମ ପରେ ସ୍ତ୍ରୀ ୧ଲକ୍ଷ ଟଙ୍କା ଯୋଗାଡ଼ କରି ରଖିଥିବା ବେଳେ ଆଇସିୟୁରେ ଭର୍ତ୍ତି ଥିବା ସ୍ବାମୀ କୌଶଳକ୍ରମେ ବାହାରକୁ ଚାଲି ଆସି ହସ୍ପିଟାଲର ଅସଲ ମୁଖା ସମସ୍ତଙ୍କ ସାମ୍ନାରେ ଖୋଲି ଦେଇଥି‌ଲେ।

ସ୍ବାମୀ ହସ୍ପିଟାଲ ଆଇସିୟୁରୁ କୌଶଳ କ୍ରମେ ବାହାରକୁ ଆସି ସ୍ତ୍ରୀଙ୍କୁ କହିଥିଲେ, ‘ତୁ ଜମା ବ୍ୟସ୍ତ ହଅନି। ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି। ମୋତେ ସେଠାରେ ବାନ୍ଧି ଦେଇ ଡାକ୍ତରମାନେ ବାହାରକୁ ଆସି କହୁଥିଲେ ମୁଁ  କୋମାକୁ ଚାଲି ଯାଇଛି। କେବଳ ଟଙ୍କା ଆଦାୟ ପାଇଁ ହସ୍ପିଟାଲରେ ରୋଗ ନଥିବା ରୋଗୀଙ୍କୁ ବି ଭର୍ତ୍ତି କରି ଦିଆଯାଉଛି। ଆଉ ବାହାରେ ଥିବା ରୋଗୀଙ୍କ ପରିବାରଲୋକଙ୍କ ଠାରୁ ମନଇଚ୍ଛା ଟଙ୍କା ଲୁଟି ନେଉଛି ହସ୍ପିଟାଲ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe