ସମୟ ହୋଇ ନଥିବା କହି ଫେରାଇଦେଲେ ନର୍ସ; ଠେଲାରେ ମହିଳାଙ୍କ ହେଲା ପ୍ରସବ

ଡାକ୍ତର ଓ ନର୍ସ ପ୍ରସବ ସମୟ ହୋଇ ନାହିଁ କହି ୨ଥର ଫେରାଇ ଦେଇଥିବା ବେଳେ ଠେଲାରେ ହେଲା ମହିଳାଙ୍କ ପ୍ରସବ। ଠିକ ଭାବେ ପ୍ରସବ ହୋଇ ନପାରିବାରୁ ନବଜାତର ହେଲା ମୃତ୍ୟୁ।

wetwr

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରତଲାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରସବ ସମୟ ହୋଇଯାଇଥିଲେ ସୁଦ୍ଧା ମହିଳାଙ୍କୁ ଡାକ୍ତର ଓ ନର୍ସ ସମୟ ହୋଇ ନାହିଁ କହି ଘରକୁ ଫେରାଇ ଦେଇଥିଲେ। ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ସ୍ବାମୀ ମହିଳାଙ୍କୁ ଏକ ଠେଲା ଗାଡ଼ିରେ ହସ୍ପିଟାଲ ନେଇ ଯାଉଥିବା ବେଳେ ମହିଳାଙ୍କ ପ୍ରସବ ହୋଇଯାଇଥିଲା। ଠିକ ଭାବେ ପ୍ରସବ ହୋଇ ନପାରିବାରୁ ଘଟଣାସ୍ଥଳରେ ନବଜାତର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।

 ଏହି ଘଟଣାଟି ଗତ ମାର୍ଚ୍ଚ ୨୩ ତାରିଖରେ ଘଟିଥିଲା। ସୈଲାନାର କାଳିକା ମାତା ମନ୍ଦିର ରୋଡର ବାସିନ୍ଦା କୃଷ୍ଣ ଗ୍ୱାଲା ଏହି ଦୁଃଖଦ ଘଟଣାକୁ ବଖାଣି କହିଛନ୍ତି,‘ ସକାଳ ୯ଟା ସମୟରେ ମୁଁ ସ୍ତ୍ରୀ ନୀତୁଙ୍କୁ ‌ପ୍ରସବ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲି।  ସେ ସମୟରେ ଡ୍ୟୁଟିରେ ଥିବା ନର୍ସ ଚେତନା ଚାରେଲ କହିଥିଲେ ଯେ ପ୍ରସବ ପାଇଁ ଆହୁରି ଦୁଇରୁ ତିନି ଦିନ ବାକି ଅଛି ।ତେଣୁ  ଘରକୁ ଫେରାଇ ଦେଇଥିଲେ।

ରାତି ପ୍ରାୟ ୧ଟା ବେଳେ ନୀତୁଙ୍କ ପୁଣିଥରେ ପ୍ରବଳ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ମୁଁ କିଛି ଉପାୟ ନପାଇ ବାଧ୍ୟ ହୋଇ ନୀତୁଙ୍କୁ ମୋ ଠେଲା ଗାଡ଼ିରେ  ହସ୍ପିଟାଲ ଆଣିଥିଲି। ନର୍ସ ଗାୟତ୍ରୀ ନୀତୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି କହିଥିଲେ ଆହୁରି ୧୫ର ଘଣ୍ଟାର ସମୟ ଅଛି। ତେଣୁ ଘରକୁ ଚାଲି ଯାଏ ସମୟ ହେଲେ ଆସିବ।

ପ୍ରାୟ ଗୋଟିଏ ଘଣ୍ଟା ପରେ ନୀତୁ ପ୍ରସବ ଯନ୍ତ୍ରଣାକୁ ଆଉ ସହ୍ୟ କରି ପାରିଲେ ନାହିଁ। ମୁଁ ତାଙ୍କୁ ପୁଣିଥରେ ଡାକ୍ତରଖାନାକୁ ଆଣିବା ସମୟରେ ଅଧବାଟରେ ଠେଲାରେ ତାଙ୍କର ପ୍ରସବ ହୋଇ ଯାଇଥିଲା। କିନ୍ତୁ ଶିଶୁର ମୁଣ୍ଡ ବାହାରି ପାରି ନଥିଲା। ହସ୍ପିଟାଲରେ ନର୍ସ ଶିଶୁକୁ ବାହାର କଲା ବେଳେ ନବଜାତର ମୃତ୍ୟୁ ହୋଇଯାଇଥିଲା।  

ଏହି ଘଟଣାର ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି, ଯେଉଁଥିରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏକ ଠେଲାଗାଡ଼ିରେ ଶୁଆଇ ହସ୍ପିଟାଲ ନେଉଥିବାର ଦେଖିବାକୁ ମିଳୁଛି। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ମନୀଷ ଜୈନ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe