୧୩ ଘଣ୍ଟା କ୍ୟାବରେ ବୁଲିବା ପରେ ବି ଭଡ଼ା ନଦେଇ ପୁଲିସ ଓ ଚାଳକଙ୍କ ସାମ୍ନାରେ ଦାଦାଗିରି ଦେଖାଇଥିଲେ ମହିଳା ଯାତ୍ରୀ

Advertisment
୧୩ ଘଣ୍ଟା କ୍ୟାବରେ ବୁଲିବା ପରେ ବି ଭଡ଼ା ନଦେଇ ପୁଲିସ ଓ ଚାଳକଙ୍କ ସାମ୍ନାରେ ଦାଦାଗିରି ଦେଖାଇଥିଲେ ମହିଳା ଯାତ୍ରୀ

ନୂଆଦିଲ୍ଲୀ: ଗୁରୁଗ୍ରାମର ସାଇବର ସିଟି ପୁଲିସ ଅଧିକାରୀ ଓ କ୍ୟାବ ଚାଳକଙ୍କ ସହିତ ଯୁକ୍ତି କରୁଥିବା ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମହିଳା ଯାତ୍ରୀ ଜଣକ ୧୩ ଘଣ୍ଟା କ୍ୟାବରେ ବୁଲିବା ପରେ ବି ଭଡ଼ା ଦେବାକୁ ରୋକଠୋକ ମନା କରି କହିଥିଲେ,‘ ମୁଁ ଭଡ଼ା ଦେବି ନାହିଁ, ମୋର କିଏ କ’ଣ କରିବି କରୁ।’ ଏହି ମହିଳାଙ୍କ ନାମ ଜ୍ୟୋତି ବୋଲି ଜଣାପଡ଼ିଛି।

ତେବେ କ୍ୟାବ ଚାଳକ ଇରସାଦ କହିଛନ୍ତି, ‘ଜ୍ୟୋତି ନାମ୍ନୀ ମହିଳା ଯାତ୍ରୀ ଓଲା ଆପରୁ କ୍ୟାବ ବୁକ କରିଥିଲେ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏପରି ଭାବେ ୧୩ ଘଣ୍ଟା ଧରି ସେ ସହରର ବିଭିନ୍ନ ସ୍ଥାନକୁ ଯାଇଥିଲେ। ଯାତ୍ରା ସମୟରେ ମୁଁ ଜ୍ୟୋତିଙ୍କୁ ଅନେକ ଥର ତାଙ୍କ ଗନ୍ତବ୍ୟସ୍ଥଳ ପଚାରିଛି କାହିଁକି ନା ମୁଁ  ତାଙ୍କ ସ୍ବଭାବରେ ବିରକ୍ତ ହୋଇଯାଇଥିଲି। ତେଣୁ ତାଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳରେ ଛାଡ଼ି ଦେଲେ ଝାମିଲା ଯିବ ବୋଲି ଭାବିଥିଲି।

ଏହି କାରଣରୁ ମୁଁ ଜ୍ୟୋତିଙ୍କୁ ମୋ ଭଡ଼ା ୨୦୦୦ଟଙ୍କା ମାଗିଥିଲି। ସେ ଭଡ଼ା ଦେବେ କ’ଣ ଓଲଟି ‌ମୋ ସହିତ ଝଗଡ଼ା କରିବା ସହିତ ‌ଯୌନ ନିର୍ଯାତନା ମାମଲାରେ ଫସାଇ ଦେବେ ବୋଲି ବି ଧମକ ଦେଇଥିଲେ।

ଏହାପରେ ମୁଁ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜ୍ୟୋତି ପୁଲିସ ସହିତ ବି ଯୁକ୍ତ କରିଥିଲେ। ଏହାପରେ ପୁଲିସ ତାଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe