Image Courtesy of Prabhat Khabar
ଆଗ୍ରା: ଆଗ୍ରା ଅନ୍ତର୍ଗତ ରାହପୁର ଚୁଙ୍ଗି ଅଞ୍ଚଳରେ ଥିବା ବାସଭବନର ‘ବାଥ୍ରୁମ୍’ରେ ପୋଷାକପତ୍ର ସଫା କରୁଥିବା ସ୍ତ୍ରୀ’ଙ୍କ ମୁଣ୍ଡରେ ମଙ୍ଗଳବାର ଅପରାହ୍ଣରେ ‘ସିଆର୍ପିଏଫ୍’ର ଜଣେ ଅବସରପ୍ରାପ୍ତ ଯବାନ ତାଙ୍କ ଲାଇସେନ୍ସ୍ପ୍ରାପ୍ତ ରାଇଫଲ୍ରୁ ୭ଟି ଗୁଳି ମାରିଛନ୍ତି।
ଅଭିଯୁକ୍ତ ‘ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ’ର (ସିଆର୍ପିଏଫ୍) ପୂର୍ବତନ ଯବାନ ହେଉଛନ୍ତି ୫୧ ବର୍ଷିୟ ମହେନ୍ଦ୍ର ସିଂହ। ଗୁଳି ଚଳାଇ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ମହେନ୍ଦ୍ରଙ୍କୁ ବିଳମ୍ବିତ ରାତ୍ରରେ ଗିରଫ କରାଯାଇଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ସ୍ତ୍ରୀ ସବୁବେଳେ ଛୋଟମୋଟ କଥାରେ ଅପମାନ ଦେଉଥିବାରୁ ମହେନ୍ଦ୍ର ଭୀଷଣ ରାଗିଯାଉଥିଲେ। ସେଦିନ ମହେନ୍ଦ୍ର ଗୁଳି ଚଳାଇବା ବେଳେ ତାଙ୍କ ବୋହୂ ପୂଜା ମଧ୍ୟ ଆସି ବାଧା ଦେଇଥିଲେ। ମହେନ୍ଦ୍ର ତାଙ୍କୁ ମଧ୍ୟ ଗୁଳି ମାରିବାକୁ ଉଦ୍ୟତ ହୋଇଥିଲେ, କିନ୍ତୁ କୌଣସିମତେ ତାଙ୍କ ହାବୁଡ଼ରୁ ଖସିଯାଇ ସଙ୍ଗେ ସଙ୍ଗେ ସେ ପୁଲିସକୁ ସୂଚନା ଦେଇଦେଲେ।
Image Courtesy of Amar Ujalaବୋହୂ ପୂଜା ସିଂହଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ମହେନ୍ଦ୍ରଙ୍କ ନାଁ’ରେ ‘ଆଇପିସି’ ଦଫା ୩୦୨ (ନରହତ୍ୟା) ଏବଂ ଦଫା ୩୦୭ (ହତ୍ୟା ଉଦ୍ୟମ) ଭଳି ଅଭିଯୋଗ ଥାଇ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରିଛି।
ଘଟଣା ଘଟିବା ବେଳେ ଦିଲ୍ଲୀର ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ମହେନ୍ଦ୍ରଙ୍କ ବଡ଼ପୁଅ ତଥା ପୂଜାଙ୍କ ସ୍ବାମୀ ଅନ୍ୟ ଏକ କୋଠରିରେ ଥିବା ବେଳେ ସାନପୁଅ ମୋଟର୍ସାଇକେଲ୍ ମରାମତି କରାଇବାକୁ ଯାଇଥିଲେ ବୋଲି ପୁଲିସ କହିଛି।
ଅଭିଯୁକ୍ତ ମହେନ୍ଦ୍ର ଅପରାଧ କରିଥିବା ସ୍ବୀକାର କରିଛନ୍ତି ବୋଲି ‘ଡିସିପି’ ବିକାଶ କୁମାର କହିଛନ୍ତି।
Follow Us