ଯୁବତୀଙ୍କ ପ୍ରେମରେ ପଡ଼ିବା ବୃଦ୍ଧଙ୍କୁୁ ମହଙ୍ଗା ପଡ଼ିଲା, ହରାଇଲେ ୩୨ଲକ୍ଷ ଟଙ୍କା

Advertisment
ଯୁବତୀଙ୍କ ପ୍ରେମରେ ପଡ଼ିବା ବୃଦ୍ଧଙ୍କୁୁ ମହଙ୍ଗା ପଡ଼ିଲା, ହରାଇଲେ ୩୨ଲକ୍ଷ ଟଙ୍କା

ଗୁରୁଗ୍ରାମ: ପ୍ରେମରେ ଅନ୍ଧ ହେବା ଅନେକ ସମୟରେ ମହଙ୍ଗା ପଡ଼ିଥିବା ଘଟଣା ଆମେ ଶୁଣିଛେ। ଏଭଳି ଏକ ଘଟଣାରେ ୬୬ବର୍ଷୀୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ନିକଟରେ ଫସି ଯାଇଛନ୍ତି। ଇତିମଧ୍ୟରେ ତାଙ୍କୁ ୩୫ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି।

ସୂଚନାଯୋଗ୍ୟ, ମଇ ୧୯ ତାରିଖରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କଙ୍କ ପାଖକୁ ଜେନି ଏଣ୍ଡରସନ ନାମରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା। ଏହି ମହିଳା ତାଙ୍କୁ କହିଥିଲେ କି ସେ ଲଣ୍ଡନରେ ତାଙ୍କ ମା’ଙ୍କ ସହିତ ରହୁଛନ୍ତି ଏବଂ ସେଠାରେ ତାଙ୍କର ଏକ ଅଳଙ୍କାର ଦୋକାନ ଅଛି। ସେ ସବୁବେଳ ଭାରତ ସମେତ ଅନ୍ୟାନ୍ୟ ଦେଶ ବୁଲାବୁଲି କରି ଥାଆନ୍ତି। ଫେସ୍‌ବୁକ୍‌ ପରେ ଦୁହେଁ ଧୀରେଧୀରେ ହ୍ଵାଟସ୍‌ଆପ୍‌ରେ କଥା ହେବାକୁ ଲାଗିଥିଲେ।

publive-image

ଏମିତି କଥା ହେବା ଭିତରେ ମହିଳା ଉକ୍ତ ବ୍ୟକ୍ତିଙ୍କୁ ଲଣ୍ଡନ ଆସିବାକୁ କହିଥିଲେ। ଏକାକି ଥିବା ହେତୁ ସେ ଯାଇ ପାରିବେ ନାହିଁ ବୋଲି କହିଥିଲେ। ଏହାପରେ ମଇ ୨୯ ତାରିଖରେ ଜେନି କହିଲେ ସେ ଭାରତ ଆସୁଛନ୍ତି। ମୁମ୍ବାଇରେ ଓହ୍ଲାଇବା ପରେ ସେଠାରୁ ବିମାନ ଧରି ଦିଲ୍ଲୀ ଆସିବେ କେବଳ ସେହି ବୃଦ୍ଧଙ୍କ ପାଇଁ। ଏଭଳି ପରିସ୍ଥିତର ବୃଦ୍ଧଙ୍କ ପାଖକୁ ଜୁନ୍‌ ୧ରେ ଏକ ଫୋନ୍‌ ଆସିଲା। ଅନ୍ୟପଟେ ପୂଜା ନାମକ ଜଣେ ମହିଳା କଥା ହେଉଥିବା ସେ ଜାଣିବାକୁ ପାଇଥିଲେ। ପୂଜା କହିଥିଲେ କି ତାଙ୍କ ସାଙ୍ଗ ଜେନିକୁ ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖି ଦେଇଛନ୍ତି। କାରଣ ଜେନି ନିଜ ସହ ଆଣିଥିବା ୬୮ଲକ୍ଷ ଟଙ୍କାର ବିଦେଶୀ କରେନ୍ସି କେଉଁଠାରୁ ଆଣିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦେଇ ପାରିଲେ ନାହିଁ। ତେଣୁ ତାଙ୍କ ଉପରେ ଜରିମାନା ଲାଗିଛି। ଏବେ ପରେ ଜେନି ବି ଫୋନ୍‌ରେ ବୃଦ୍ଧଙ୍କୁ କାନ୍ଦିକାନ୍ଦି ଏହି ଜରିମାନା ଟଙ୍କା ପୈଠ କରି ତାଙ୍କୁ ସେଠାରୁ ଛଡ଼ାଇ ନେବାକୁ କହିଥିଲେ। ଦିଲ୍ଲୀ ଗଲେ ସେ ସସସ୍ତ ଟଙ୍କା ଫେରାଇ ଦେବେ ବୋଲି କହିଥିଲେ। ଏହାପରେ ମହିଳାଙ୍କ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥିଲେ ବୃଦ୍ଧ ସେହି ବ୍ୟାଙ୍କରେ ୩୫ଲକ୍ଷ ଟଙ୍କା ଜମା କରି ଦେଇଥିଲେ।

publive-image

ଏହାପରେ ବୃଦ୍ଧ ଜେନିଙ୍କୁ ଯେତେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ କୌଣସି ସମ୍ପର୍କ ହୋଇ ପାରି ନଥିଲା। ଶେଷରେ ସେ ଏହି ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ପୁଲିସ ସାଇବର ସେଲ ଜରିଆରେ ମାମଲାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe