୬୩୦ଟଙ୍କାର ମଦ ଅର୍ଡର କରିଥିଲେ ପୂର୍ବତନ ଆଇଏଏସ୍ ଅଧିକାରୀ, ଆକାଉଣ୍ଟରୁ କଟିଲା ୨ଲକ୍ଷ

Advertisment
୬୩୦ଟଙ୍କାର ମଦ ଅର୍ଡର କରିଥିଲେ ପୂର୍ବତନ ଆଇଏଏସ୍ ଅଧିକାରୀ, ଆକାଉଣ୍ଟରୁ କଟିଲା ୨ଲକ୍ଷ

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ ଘରେ ବସି ଫୋନ୍ ସାହାଯ୍ୟରେ ଲୋକେ ନିଜର ଅନେକ କାମ ଖୁବ ସହଜରେ କରିପାରୁଛନ୍ତି। ଫୋନ ଓ ଇଣ୍ଟରନେଟ ସାହାଯ୍ୟରେ ଘରର ବିଭିନ୍ନ ଜିନିଷ ଅର୍ଡର କରିବାଠୁ ଆରମ୍ଭ କରି ବିଜୁଳି ବିଲ୍ ଦେବା କାମ ମଧ୍ୟ ଏବେ ଘରେ ବସି ହୋଇପାରୁଛି। ବିଶେଷ କରି କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଲୋକମାନେ ଅନଲାଇନ୍ ସପିଂକୁ ଅଗ୍ରାଧିକାର ଦେବା ଆରମ୍ଭ କରିଛନ୍ତି। ତେବେ ସବୁ ଜିନିଷରେ ସୁବିଧା ସହ ସମସ୍ୟା ମଧ୍ୟ ଥାଏ। ଅନଲାଇନ୍ ଜିନିଷ କିଣିବା ସହଜ ହୋଇଥିଲେ ବି ସତର୍କ ନରହି ଲୋକେ ଠକେଇର ଶିକାର ହେଉଥିବା ଦେଖାଯାଉଛି। ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ସେଭଳି କିଛି ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ।

ଗୁରୁଗ୍ରାମର ସୁଶାନ୍ତ ଲୋକ ଅଞ୍ଚଳରେ ରହୁଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଜୋହରା ଚାଟାର୍ଜୀଙ୍କୁ ଅନଲାଇନରେ ମଦ ଅର୍ଡର କରିବା ଭାରୀ ପଡ଼ିଛି। ଜୁଲାଇ ୨୩ରେ ସେ ଅନଲାଇନ ମଦ ଅର୍ଡର କରି ୨ଲକ୍ଷ ଟଙ୍କା ହରାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଜୋହରାଙ୍କ ଘରେ ପାର୍ଟୀ ଥିବାରୁ ସେ ଘରକୁ ମଦ ଡେଲିଭର କରିବା ପାଇଁ ଅନଲାଇନରେ ମଦ ଅର୍ଡର କରିଥିଲେ। ଏହି ଅର୍ଡରର ମୂଲ୍ୟ ମାତ୍ର ୬୩୦ଟଙ୍କା ଥିଲା। ଅର୍ଡର ପରେ ତାଙ୍କୁ ଏକ କଲ୍ ଆସିଥିଲା। ଏହି ସମୟରେ ସେ ଘର କାମରେ ବ୍ୟସ୍ତ ଥିବାରୁ ଭୁଲବଶତଃ ନିଜର କ୍ରେଡିଟ କାର୍ଡ ନମ୍ବର ଏବଂ ଓଟିପି କହି ଦେଇଥିଲେ।

ଏହାର କିଛି ସମୟ ପରେ ଜୋହରାଙ୍କୁ  ଏକ ମେସେଜ ଆସିଥିଲେ, ଯେଉଁଥିରେ ତାଙ୍କ ଆକାଉଣ୍ଟରୁ ୧,୯୨,୪୭୭.୫୦ଟଙ୍କା କଟିଯାଇଥିବା ଲେଖାଯାଇଥିଲା। ୬୩୦ପରିବର୍ତ୍ତେ ଆକାଉଣ୍ଟରୁ ଏତେ ଟଙ୍କା କଟିବା ପରେ ଏବେ ସେ ପୁଲିସରେ ଏନେଇ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe