ଇନଷ୍ଟାଗ୍ରାମରେ ନିଜର ଅଶ୍ଳୀଳ ଭିଡିଓ ପୋଷ୍ଟ କଲେ ସୈନିକ

କାନପୁରର ଗୁଜୈନିରେ ବସବାସ କରୁଥିବା ଜଣେ ଅବସର ପ୍ରାପ୍ତ ସୈନିକ ଇନଷ୍ଟାଗ୍ରାମରେ ନିଜର ଦୁଇଟି ଅଶ୍ଳୀଳ ଭିଡିଓ ପୋଷ୍ଟ କରିଛନ୍ତି। ମାମଲା ରୁଜୁ କରି କମିଶନର ପୁଲିସ କରିଛି ଗିରଫ।

କଢ଼ଖଫ


ନୂଆଦିଲ୍ଲୀ: କାନପୁରର ଗୁଜୈନିରେ ବସବାସ କରୁଥିବା ଜଣେ ଅବସର ପ୍ରାପ୍ତ ସୈନିକ ଇନଷ୍ଟାଗ୍ରାମରେ ନିଜର ଦୁଇଟି ଅଶ୍ଳୀଳ ଭିଡିଓ ପୋଷ୍ଟ କରିଛନ୍ତି। ଶନିବାର ଏହି ଭିଡିଓ ପୋଷ୍ଟ ହେବାପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ କମିଶନର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅବସରପ୍ରାପ୍ତ ସୈନିକଙ୍କୁ ଗିରଫ କରିଛି। ଗିରଫ ସୈନିକ ଜଣକ ସମାଜବାଦୀ ପାର୍ଟି ପକ୍ଷରୁ ଜିଲ୍ଲା ପଞ୍ଚାୟତ ସଦସ୍ୟର ନିର୍ବାଚନ ଲଢ଼ି ସାରିଛନ୍ତି। ଏଥିସହିତ ଉକ୍ତ ସୈନିକ ଜଣକ ବିଜେପି ନେତାଙ୍କ ଅତି ଘନିଷ୍ଠ ଥିବା ବେଳେ ଜଣେ ବିଧାୟକ ଓ ସାଂସଦଙ୍କ ସହିତ ତାଙ୍କର ସୋସିଆଲ ମିଡିଆରେ ଗୁଡ଼ାଏ ଫଟୋ ରହିଛି। ଏହି ଫଟୋଗୁଡ଼ିକ ଏବେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଗତ ଶନିବାର ୩୨ ସେକେଣ୍ଡ ଓ ୨ସେକେଣ୍ଡର ଦୁଇଟି ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଅବସର ପ୍ରାପ୍ତ ସୈନିକଙ୍କୁ ଜଣେ ଯୁବତୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳୁଛନ୍ତି। ଏହି ସମୟରେ ଯୁବତୀ ଜଣକ ଭିଡିଓ କରିବାକୁ ମନା କରୁଥିବା ସହିତ ମୁହଁ ଲୁଚାଇ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଏହି ଭାଇରାଲ ଭିଡିଓକୁ ନେଇ ଡିସିପି ସାଉଥ ଅଙ୍କିତା ଶର୍ମା କହିଛନ୍ତି, ‘ଗତ ଶନିବାର  ସୋସିଆଲ ମିଡିଆ ଜରିଆରେ ଦୁଇଟି ଭିଡିଓ ସାମ୍ନାକୁ ଆସିଛି।  ଏହି ଭିଡିଓରେ ସୈନିକଙ୍କୁ ଯେଉଁ ଯୁବତୀଙ୍କ ସହିତ ଦେଖିବାକୁ ମିଳୁଛି ସେ ହେଉଛନ୍ତି ତାଙ୍କ ସମ୍ପର୍କୀୟ। ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁଇପରିବାର ଅର୍ଥାତ ଅବସର ପ୍ରାପ୍ତ ସୈନିକ ଓ ଯୁବତୀଙ୍କ ପରିବାର ମଧ୍ୟରେ ବିବାଦ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe