ଗଣଦୁଷ୍କର୍ମର ସରବ୍ୟ ହୋଇ ଘରକୁ ଫେରୁଥିବା ୧୪ ବର୍ଷୀୟ ଝିଅ ସହ ଆଉ ତିନ ଜଣ କଲେ ଦୁଷ୍କର୍ମ

ଗଣଦୁଷ୍କର୍ମର ସରବ୍ୟ ହୋଇ ଘରକୁ ଫେରୁଥିବା ୧୪ ବର୍ଷୀୟ ଝିଅ ସହ ଆଉ ତିନ ଜଣ କଲେ ଦୁଷ୍କର୍ମ

Image Source: Deccan Chronicle

ଛିନ୍ଦ୍‌ଓ୍ଵାରା: ମଧ୍ୟପ୍ରଦେଶର ଛିନ୍ଦ୍‌ଓ୍ଵାରା ଠାରେ ୨୪ ଘଣ୍ଟାର ସମୟ ଅବଧି ମଧ୍ୟରେ ଜଣେ ୧୪ ବର୍ଷୀୟ ଝିଅ ସହ ଦୁଇ ଥର ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ବୋଲି ମଙ୍ଗଳବାର ଦିନ ପୁଲିସ କହିଛି।

ଏ ମାମଲାରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଜୁଲାଇ ୬ ତାରିଖ ସନ୍ଧ୍ୟାରେ ଘରୁ ଯାଇଥିବା ଝିଅଟି ନ ଫେରିବାରୁ ପରଦିନ କୁନ୍ଦିପୁରା ଥାନାରେ ଅଭିଯୋଗ ଦାଏର କରାଯାଇଥିବା କଥା ଆଡିସ୍‌ନାଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଫ୍‌ ପୁଲିସ ନିରଜ ସୋନି କହିଛନ୍ତି।

ଜୁଲାଇ ୮ ତାରିଖ ଦିନ ଝିଅଟି ମହୁଆ ତୋଳା ଅଞ୍ଚଳରେ ବାୟାଣୀ ଭଳି ବୁଲୁଥିବା ବେଳେ ପୁଲିସ ପାଇଥିଲା ବୋଲି ସେ କହୁଛନ୍ତି।

ଝିଅଟି ପୁଲିସକୁ କହିଛି ଯେ ମୋହିତ ଭରଦ୍ୱାଜ ନାମକ ଜଣେ ୨୨ ବର୍ଷିୟ ବ୍ୟକ୍ତି ତାକୁ କଥାଛଳରେ ଭୁଲାଇ ମୋଟର୍‌ସାଇକେଲ୍‌ ବସାଇ ୨୪ ବର୍ଷିୟ ରାହୁଳ ଭୋଣ୍ଡେ ଘରକୁ ନେଇ ଯାଇଥିଲେ। ସେଠାରେ ଉଭୟ ମିଶି ତା’ ସହ ଦୁଷ୍କର୍ମ କରିଥିବା କଥା ଏଏସ୍‌ପି କହୁଛନ୍ତି।

ତହିଁ ଆର ଦିନ ଦୁହେଁ ଝିଅଟିକୁ ଛାଡ଼ି ଦେଲେ। ସେ ଘରକୁ ଫେରିବା ବେଳେ ୨୩ ବର୍ଷିୟ ବଣ୍ଟି ଭାଲବି, ୨୫ ବର୍ଷିୟ ଅଙ୍କିତ ରଘୁବଂଶୀ ଏବଂ ୨୧ ବର୍ଷିୟ ଅମିତ ବିଶ୍ୱକର୍ମା ନାମକ ଆଉ ତିନି ଜଣ ଲୋକ ତାକୁ ଭୋଣ୍ଡେଙ୍କ ଘରକୁ ଫେରାଇ ନେଇ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ସେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe