Representational Picture
ରାଜନାନ୍ଦଗ୍ରାମ: ବଳଦ ଗାଡ଼ିରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥିବା ବରକୁ ସ୍ଥାନୀୟ ଲୋକ ପ୍ରଶଂସା କରିଥିଲେ। ଏହା ସହିତ ବର ଓ ବଳଦଗାଡ଼ିର ଫଟୋ ବି ଅନେକ ଉଠାଇଥିଲେ। ତେବେ ବିବାହର ତିନି ଦିନ ପରେ ପୁଲିସ ବରକୁ ଉଠାଇ ନେଇଥିବା ଜଣାପଡ଼ିଛି।
ଆପଣମାନେ ଭାବୁ ଥାଇ ପାରନ୍ତି କି ବଦଳ ଗାଡ଼ି ସହିତ ବରଯାତ୍ରୀ ନେଇ ଯିବା କ’ଣ ଅପରାଧ। ଏଥିପାଇଁ ପୁଲିସ ବରକୁ ଉଠାଇନେଲା ! ନା ସେଥିପାଇଁ ନୁହେଁ।
ଘଟଣାଟି ହେଉଛି ଏପରି….। ବିବାହର ତିନିଦିନ ପରେ ବର ପୂର୍ବରୁ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ବୋଲି ସୂଚନା ମିଳିଥିଲା। ଏହା ପରେ ଏନଆରଆଇ ବର ମାମଲା ପୁଲିସ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।
Representational Imageରାଜନନ୍ଦଗ୍ରାମ ଜିଲ୍ଲାର ଜଙ୍ଗଲପୁର ଗ୍ରାମଠାରୁ ମାତ୍ର ୫କିଲୋମିଟର ଦୂରରେ ଥିବା ଅର୍ଜୁନି ଗ୍ରାମରୁ ୧୧ଟି ବଳଦ ଗାଡିରେ ବରଯାତ୍ରୀ ନେଇ ଆସିବା ଚର୍ଚ୍ଚାର ବିଷୟ ପାଲଟି ଥିଲା। ବିବାହ ପର୍ଯ୍ୟନ୍ତ ତ ସବୁକିଛି ଠିକ୍ ଥିଲା, କିନ୍ତୁ ବିବାହର ତିନି ଦିନ ପରେ କନ୍ୟା ଘର ଲୋକ ବର ଶୈଳେନ୍ଦ୍ରଙ୍କ ଆମେରିକାରେ ବାହା ହୋଇସାରିଛି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ। ଏହା ପରେ କନ୍ୟା ଘରଲୋକ ବିବାହକୁ ସ୍ବୀକାର କରିବେ ନାହିଁ ବୋଲି ବର ଘରେ ଆସି ପହଞ୍ଚି ଯାଇଥିଲେ। ଏ ନେଇ ପୁଲିସରେ ଅଭିଯୋଗ ପରେ ପୁଲିସ ଶୈଳେନ୍ଦ୍ରଙ୍କୁ ଘରୁ ଉଠାଇ ବିଚାରବିଭାଗୀୟ ହେପାଜତକୁ ନେଇଛି।
ଏହି ଘଟଣାକୁ ନେଇ ପୁଲିସ ଅଧୀକ୍ଷକ ଡି.ଶ୍ରାବଣ କହିଛନ୍ତି ଯେ, ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ମିଳିବା ପରେ ବିଭିନ୍ନ ଧାରା ଅଧିନରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।
ନବବିବାହିତା ଝିଅ ଏବେ ଉକ୍ତ ପୁଅ ସହିତ ରହିବାକୁ ଚାହୁଁ ନ ଥିବା ବେଳେ ନିଜ ବାପାମା’ଙ୍କ ସହିତ ବାପ ଘରକୁ ଚାଲି ଆସିଛନ୍ତି। ପୁଲିସ ପୁଅ ଘରୁ ଦସ୍ତାବିଜ ଜବତ କରିଛି। ଯେଉଁଥିରେ ପୁଅଙ୍କ ଆମେରିକୀୟ ପତ୍ନୀଙ୍କ ନାମ ମଧ୍ୟ ଉଲ୍ଲେଖଥିବା ଜଣାପଡ଼ିଛି।
Follow Us