oneindia.com
ଅଲିଗଡ଼: ଉତ୍ତର ପ୍ରଦେଶର ଅଲିଗଢ଼ରେ ଦିନ ଦ୍ବିପହରେ ଏକ ଅଳଙ୍କାର ଦୋକାନରୁ ୩୫ଲକ୍ଷ ଟଙ୍କର ସୁନା ଓ ୪୦ହଜାର ଟଙ୍କାର ନଗଦ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସିନେମା ଷ୍ଟାଇଲରେ ଏହି ଲୁଟ କରିଥିବା ଜଣାପଡ଼ିଛି। ଏହି ଲୁଟ ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ସମ୍ପୂର୍ଣ୍ଣ ଲୁଟ ଘଟଣା ଅଳଙ୍କାର ଦେକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇଯାଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଲୁଟରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ଅଲଗା ଅଲଗା ଟିମ୍ ଗଠନ କରିଛି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।
ଏଭଳି ଏକ ଘଟଣା ଗତ ଶୁକ୍ରବାର ଦିନ ଅଲିଗଡ଼ ବନ୍ନଦେବୀ ଅଞ୍ଚଳରେ ସୁନ୍ଦର ଜ୍ୱେଲର୍ସ ନାମକ ଏକ ଗହଣା ଦୋକାନରେ ଘଟିଛି । ଶୁକ୍ରବାର ଦିନ ଏକ ବାଇକରେ ୩ ଦୁର୍ବୃତ୍ତ ଆସି ଏହି ଗହଣା ଦେକାନରେ ପହଞ୍ଚିଥିଲେ । ଦୋକାନର ଜଣେ କର୍ମଚାରୀ ଦୁର୍ବୃତ୍ତଙ୍କୁ ହାତ ସଫା କରିବାକୁ ସାନିଟାଇଜର ଦେଇଥିଲେ । ଦୁର୍ବୃତ୍ତମାନେ ସାନିଟାଇଜରରେ ହାତ ସଫା କଲେ ଓ ବନ୍ଧୁକ ବାହାର କରି ଦୋକାନରୁ ପାଖାପାଖି ୩୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୪୦ହଜାର ଟଙ୍କା ଲୁଟି ନେଇଥିଲେ । ଦୋକାନରେ ସେତେବେଳେ କିଛି ଗ୍ରାହକ ମଧ୍ୟ ଉପସ୍ଥିତ ଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ସୂଚନା ପାଇ ଆଇଜିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/09/xaligarhloot-1599831976.jpg.pagespeed.ic_.Rp0Zg_nGCG.jpg)