ସରକାରୀ ବାସଭବନରେ ବିଡିଓ ଏବଂ ତାଙ୍କ ପତ୍ନୀଙ୍କୁ ବାନ୍ଧି ଡକାୟତି

ସରକାରୀ ବାସଭବନରେ ବିଡିଓ ଏବଂ ତାଙ୍କ ପତ୍ନୀଙ୍କୁ ବାନ୍ଧି ଡକାୟତି

କୋଲ୍‌କାତା: ଶୁକ୍ରବାର ସକାଳେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ପଶ୍ଚିମବଙ୍ଗର ଜଣେ ବିଡିଓଙ୍କ ସରକାରୀ ବାସଭବନରେ ୫ ଜଣ ଡାକୁ ପଶି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ବାନ୍ଧି ପକାଇ ମୂଲ୍ୟବାନ ଜିନିଷପତ୍ର ନେଇଯାଇଛନ୍ତି।

କୋଲ୍‌କାତା ଠାରୁ ୫୦ କିଲୋମିଟର ଦୂରବର୍ତ୍ତୀ ହାବ୍ରାଠାରେ ଠାରେ ଘଟଣାଟି ଘଟିଛି। ହାବ୍ରା-୧ କମ୍ୟୁନିଟି ବ୍ଲକ୍‌ର ଉନ୍ନୟନ ଅଧିକାରୀ ଶୁଭ୍ର ନନ୍ଦୀଙ୍କ ଘରେ ଡାକୁମାନେ ଏ ଭଳି କାଣ୍ଡ କରିଛନ୍ତି।

ସ୍ଥାନୀୟ ପ୍ରଶାସନର ଅଫିସ୍‌ ପରିସରରେ ଥିବା ନନ୍ଦୀଙ୍କ ବାସଭବନରୁ ଅପରାଧୀମାନେ ନଗଦ ଟଙ୍କା, ଅଳଙ୍କାର ଏବଂ ମୋବାଇଲ୍‌ ଫୋନ୍‌ ଆଦି ନେଇଯାଇଛନ୍ତି।

publive-image

ବିଡିଓ ପୁଲିସକୁ କହିଛନ୍ତି ଯେ ଡାକୁମାନଙ୍କ ମଧ୍ୟରୁ ୪ ଜଣ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ।

ସରକାରୀ ବାସଭବନରେ ପଶି ବରିଷ୍ଠ ଅଧିକାରୀଙ୍କ ଘରୁ ଦିନଦ୍ୱିପ୍ରହରରେ ଚୋରି କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ଉତ୍ତର ୨୪ ପ୍ରଗଣାର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଚୈତାଳି ଚକ୍ରବର୍ତ୍ତୀ କହିଛନ୍ତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପୁଲିସକୁ କହିଛୁ। ବରିଷ୍ଠ ଅଧିକାରୀମାନେ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe