ରୋହିଣୀ ଅଦାଲତ ଗୁଳିକାଣ୍ଡ: ‘ସିସିଟିଭି ଫୁଟେଜ୍‌’ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ଦିଲ୍ଲୀ ପୁଲିସ

Advertisment
ରୋହିଣୀ ଅଦାଲତ ଗୁଳିକାଣ୍ଡ: ‘ସିସିଟିଭି ଫୁଟେଜ୍‌’ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ଦିଲ୍ଲୀ ପୁଲିସ

Image Courtesy of The Indian Express

ନୂଆଦିଲ୍ଲୀ: ରୋହିଣୀସ୍ଥିତ ଅଦାଲତ ପ୍ରକୋଷ୍ଠରେ ଶୁକ୍ରବାର ଦିନ ଘଟିଥିବା ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଶନିବାର ଦିନ ଦିଲ୍ଲୀ ପୁଲିସ ଗିରଫ କରିଛି। ଉକ୍ତ ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟର୍‌ ଜିତେନ୍ଦର ଗୋଗି ଏବଂ ତାଙ୍କର ଦୁଇଜଣ ଆକ୍ରମଣକାରୀ ନିହତ ହୋଇଥିଲେ।

ରୋହିଣୀ ଅଦାଲତରେ ଲାଗିଥିବା ‘କ୍ଲୋଜ୍‌ଡ୍‌-ସର୍କିଟ୍‌ ଟେଲିଭିଜନ୍’ (ସିସିଟିଭି) କ୍ୟାମେରା ‘ଫୁଟେଜ୍‌’କୁ ଆଧାର କରି ପୁଲିସ ଜାତୀୟ ରାଜଧାନୀ ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତ ଉମଙ୍ଗ ଓ ବିନୟଙ୍କୁ ଗିରଫ କରିଛି।

ଘଟଣା ସଂକ୍ରାନ୍ତରେ ଅବଗତ ଥିବା ପୁଲିସ କର୍ମଚାରୀଙ୍କ କହିବା ଅନୁସାରେ, ୪ଜଣ ଆତତାୟୀ ଉକ୍ତ ଗୁଳିକାଣ୍ଡ ପାଇଁ ଯୋଜନା କରିଥିଲେ। ଗୋଗିଙ୍କୁ ଗୁଳିମାରିବା ବେଳେ ପୁଲିସ ଗୁଳି ଚଳାଇବାରୁ ଆତତାୟୀଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଖସି ଯାଇ‌ ଫେରାର୍‌ ହୋଇଯାଇଥିଲେ।

publive-image Image Courtesy of India Today

ରୋହିଣୀ ଅଦାଲତର ୪ ନମ୍ବର ଫାଟକ ନିକଟରେ ଲାଗିଥିବା ‘ସିସିଟିଭି ଫୁଟେଜ୍‌’ରୁ ଉମଙ୍ଗ ଓ ବିନୟଙ୍କ ଅସ୍ବାଭାବିକ ଆଚରଣ ଦେଖିବା ପରେ ଦିଲ୍ଲୀ ପୁଲିସ ସେମାନଙ୍କୁ ଗିରଫ କରିଛି।

ଦିଲ୍ଲୀ ପୁଲିସ କହିବା ଅନୁସାରେ, ଗୋଗିଙ୍କୁ ନିପାତ କରିବା ପାଇଁ ଅନ୍ୟ ତିନିଜଣ ଓକିଲ ବେଶରେ ଅଦାଲତ କକ୍ଷ ମଧ୍ୟକୁ ଯାଇଥିବା ବେଳେ ଜଣେ ଅତିରିକ୍ତ ବ୍ୟକ୍ତି ଭାବେ ଅଦାଲତ ବାହାରେ କାର୍‌ ଭିତରେ ବସି ରହି ଉମଙ୍ଗ ଖସି ଯିବା ପାଇଁ ଉପାୟ କରିବା କଥା। କିନ୍ତୁ, ଯୋଜନା ବିଫଳ ହେବାରୁ ଉମଙ୍ଗ ଏକାକୀ କାର୍ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ସେଦିନ ଅଦାଲତ ଅଭିମୁଖେ ବାହାରିବା ପୂର୍ବରୁ ଚାରିହେଁ ଗୋଟାଏ ମଲ୍‌ରେ ଏକତ୍ର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe