ସ୍ତ୍ରୀ ଓ ତାର ପ୍ରେମିକଙ୍କ କାର୍ଯ୍ୟକଳାପକୁ ସହି ପାରୁ ନାହିଁ, ହାରୁଛି ଜୀବନ: ଅସହାୟ ସ୍ବାମୀ

ହରିୟାଣାର ରୋହତକ ଜିଲ୍ଲାର ଡୋଭ ଗାଁରେ ଜଣେ ଯୁବକ ତାଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ କାର୍ଯ୍ୟକଳାପକୁ ସହ୍ୟ କରି ନପାରି ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। 

wqrject (34)

ନୂଆଦିଲ୍ଲୀ: ହରିୟାଣାର ରୋହତକ ଜିଲ୍ଲାର ଡୋଭ ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ତାଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ କାର୍ଯ୍ୟକଳାପକୁ ସହ୍ୟ କରି ନପାରି ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। 

ମୃତ ଯୁବକ ମଗନ ଆତ୍ମହତ୍ୟା କରିବା ପୂର୍ବରୁ ଏକ ୪ ମିନିଟର ଭିଡିଓ ତିଆରି କରିଥିଲେ। ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ଦିବ୍ୟା ଏବଂ ତାଙ୍କ ପ୍ରେମିକ ଦୀପକଙ୍କୁ ଦାୟୀ କରିଥିବା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି।

ମୃତକ ମଗନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକ ତାଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେବା ସହିତ ଟଙ୍କା ଦାବି କରୁଥିଲେ।  ଦିବ୍ୟା ଦୀପକଙ୍କ ପ୍ରମୋସନ ପାଇଁ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେବା ପାଇଁ ଚାପ ପକାଇଥିଲେ।

ଅସହାୟ ଭାବରେ ସେ ତାଙ୍କ ଫସଲ ଓ ଅଳଙ୍କାର ବିକ୍ରି କରି ସ୍ତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ଯାହାକୁ ଦିବ୍ୟା ଦୀପକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ। କେବଳ ଏତିକି ନୁହେଁ ଦିବ୍ୟା ଓ ଦୀପକ କ୍ରମାଗତ ଭାବେ ଅଶ୍ଳୀଳ ଭିଡିଓ କରି ଫ‌ଟୋ ଉଠାଇ ତାଙ୍କ ପାଖକୁ ପଠାଉ ଥିଲେ। ଯାହାକୁ ମଗନ ସହି ନପାରି ଜୀବନ ହାରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe