ଟ୍ରେନରେ କଟିଲା ଛାତ୍ରଙ୍କ ଗୋଡ଼; ଭାଙ୍ଗିପଡ଼ିଛନ୍ତି ପରିବାରଲୋକ

ବିହାରର ରୋହତାସର ସାସାରାମ ରେଳ ଷ୍ଟେସନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ଗୋଡ଼ ଚଳନ୍ତା ଟ୍ରେନ୍ ତଳେ କଟି ଯାଇଛି। ପରିବାର ଲୋକ ପୁଅର ଏଭଳି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

rgf

ରୋହତାସ: ବିହାରର ରୋହତାସର ସାସାରାମ ରେଳ ଷ୍ଟେସନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ଗୋଡ଼ ଚଳନ୍ତା ଟ୍ରେନ୍ ତଳେ କଟି ଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଛି। ମୃତ ଛାତ୍ରଙ୍କ ନାମ ଚନ୍ଦ୍ରଦୀପ କୁମାର ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବେଲାଢ଼ି ଗାଁର ବାସିନ୍ଦା ଶୈଳେନ୍ଦ୍ର ପାସୱାନଙ୍କ ପୁଅ ଚନ୍ଦ୍ରଦୀପ କୁମାର ଏକ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ପାଦ ଖସିଯାଇଥିଲା । ଯାହାଫଳରେ ସେ ଟ୍ରେନ୍ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ କଟି ଯାଇଛି।

ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ଚନ୍ଦ୍ରଦୀପ କୁମାରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପଣ୍ଡିତ ଦୀନଦୟାଲ-ଗୟା ରେଳ ସେକ୍ସନର ସାସାରାମ ରେଳ ଷ୍ଟେସନରେ ଘଟିଛି।

ଘଟଣା ପରେ ଷ୍ଟେସନରେ ଉତ୍ତେଜନା ଦେଖା ଦେଇଥିଲା। ଯାତ୍ରୀ ଏବଂ ଆରପିଏଫ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆହତ ଛାତ୍ରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ପରିବାରଲୋକଙ୍କୁ ସୂଚନା ଦେଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରିବାରଲୋକ ଚନ୍ଦ୍ରଦୀପ କୁମାରର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡ଼ିଛନ୍ତି।

ରେଳ ପ୍ରଶାସନ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବାରମ୍ବାର ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ସତର୍କ ରହିବାକୁ କୁହାଯିବା ସହିତ ଚଳନ୍ତା ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବାକୁ ବାରଣ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe