ଲକ୍ଷ୍ମୌ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତିନିବର୍ଷ ପୂର୍ବେ ହୋଇଥିବା ପ୍ରେମ ବିବାହର ହୃଦୟବିଦାରକ ଅନ୍ତ ଘଟିଛି। ସ୍ତ୍ରୀକୁ ଲୁହା ବାଡ଼ିରେ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। 

Advertisment

ପ୍ରେମ ବିବାହର ହୃଦୟବିଦାରକ ଅନ୍ତ

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାର ମୌଦହା ଥାନା ଅଞ୍ଚଳର କମହରିଆ ଗ୍ରାମର ମୋଇନୁଦ୍ଦିନ ତିନିବର୍ଷ ତଳେ ରୋସନିଙ୍କୁ ପ୍ରେମ ବିବାହ କରିଥିଲେ। ମୋଇନୁଦ୍ଦିନଙ୍କ ମଦ ନିଶା ପାଇଁ ଅନେକ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତ ଶନିବାର ରାତିରେ ମୋଇନୁଦ୍ଦିନ ମଦ ନିଶାରେ ଆସି ରୋସନିକୁ ଲୁହାରଡ଼ରେ ପିଟିପିଟି ହତ୍ୟା କରି ଦେଇଥିଲେ।

ଅଧିକପଢ଼ନ୍ତୁ:ଭଲ ବ୍ୟାଟିଂ କରୁନଥିବାରୁ ଦଳରୁ ବାହାର ହୋଇଥିଲେ, ଏବେ ଦେଶକୁ ବିଶ୍ବକପ ଦେଲେ ଶେଫାଳି

ସ୍ତ୍ରୀର ରକ୍ତାକ୍ତ ଅବସ୍ଥା ଦେଖି ସ୍ବାମୀ ଭୟଭୀତ ହୋଇ ଛୁଆକୁ ଘର ଭିତରେ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପାଖପଡ଼ିଶାଲୋକ ଛୁଆର କାନ୍ଦିବା ସ୍ବର ଶୁଣିବା ପରେ ଘର ପାଖକୁ ଧାଇଁ ଆସିଥିଲେ। କବାଟ ବନ୍ଦ ଥିବାରୁ ସେମାନେ ଝରକା ପାର୍ଶ୍ବ ଦେଇ ଯେଉଁ ଦୃଶ୍ୟ ଦେଖିଥିଲେ ସ୍ତବ୍ଧ ହୋଇଯାଇଥିଲେ।

ମା’ର ରକ୍ତାକ୍ତ ଶରୀର ପାଖରେ ବସି ବିକଳରେ କାନ୍ଦୁଥିଲା ଶିଶୁ

ରୋସନିର ରକ୍ତାକ୍ତ ଶରୀର ପାଖରେ ବସି ତାର ଶିଶୁ ଅତି ବିକଳରେ କାନ୍ଦୁଥିଲା। ସଙ୍ଗେସଙ୍ଗେ ପଡ଼ିଶାଲୋକ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ରୋସନିର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି। ଫେରାର ସ୍ବାମୀଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅଧିକପଢ଼ନ୍ତୁ:ସ୍ବପ୍ନରେ ଭଗବାନ ଶିବଙ୍କୁ ଦେଖିବା ପରେ ଧର୍ମପରିବର୍ତ୍ତନ କଲେ ଯୁବକ