ନୂଆଦିଲ୍ଲୀ: କୁହାଯାଏ ଯେ ସମୟ ପୂର୍ବରୁ କିମ୍ବା ଭାଗ୍ୟରେ ନଥିଲେ କିଛି ହୁଏ ନାହିଁ। ଭାରତୀୟ ମହିଳା ଦଳର ଓପନର ଶେଫାଳି ବର୍ମାଙ୍କ ସହିତ ମଧ୍ୟ ଏପରି କିଛି ଘଟିଛି। ୨୧ ବର୍ଷୀୟା ଶେଫାଳି ବର୍ମା ଭାରତୀୟ କ୍ରିକେଟ ଇତିହାସରେ ନିଜ ନାମ ଲେଖିସାରିଛନ୍ତି। ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ଚମତ୍କାର ପ୍ରଦର୍ଶନ କରି ଶେଫାଳି ଭାରତୀୟ ଦଳର ୫୨ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। ଏ ହେଉଛନ୍ତି ସେହି ଶେଫାଳି ବର୍ମା ଯାହାଙ୍କ ବିଷୟରେ ବିଶ୍ୱକପ୍ ସେମିଫାଇନାଲ ପୂର୍ବରୁ ଆଲୋଚନା ମଧ୍ୟ ହେଉନଥିଲା। କାରଣ ସେ ଟିମ୍ରେ ହିଁ ସାମିଲ ନଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଶେଷ ମୂହୁର୍ତ୍ତରେ ସେ ଦଳରେ ସାମିଲ ହେବା ସହ ଏବେ ଇତିହାସ ରଚିଛନ୍ତି।
ପ୍ରତୀକା ରାୱଲଙ୍କ ସ୍ଥାନ ନେଇଥିଲେ ଶେଫାଳି
ବିଶ୍ୱକପ୍ ଫାଇନାଲ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ଶେଫାଳିଙ୍କୁ ପ୍ରତୀକା ରାୱଲଙ୍କ ସ୍ଥାନରେ ଟିମ୍ରେ ସାମିଲ କରାଯାଇଥିଲା। ପ୍ରତୀକାଙ୍କ ଗୋଡ଼ରେ ଆଘାତ ଲାଗିବା ପରେ ସେ ଟିମ୍ରୁ ବାହାର ହୋଇଥିଲେ।ସେମିଫାଇନାଲ ପୂର୍ବରୁ, ପ୍ରତୀକା ଆହତ ହେବାରୁ ଘରୋଇ ଟି୨୦ ସିରିଜ ଖେଳୁଥିବା ଶେଫାଳିଙ୍କୁ ତୁରନ୍ତ ଡକାଯାଇଥିଲା ଏବଂ ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇଥିଲେ। ସେମିଫାଇନାଲରେ ଶେଫାଳି ଭଳ ବ୍ୟାଟିଂ କରିନଥିଲେ ବି ଫାଇନାଲରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ଶେଫାଳିଙ୍କ ପାଇଁ ଫେରିବା ସହଜ ନଥିଲା
ଯେତେବେଳେ ଶେଫାଳି ବର୍ମା ଭାରତୀୟ ଦଳ ପାଇଁ ଡେବ୍ୟୁ କରିଥିଲେ, ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ବୀରେନ୍ଦ୍ର ସେହୱାଗଙ୍କ ସହ ତୁଳନା କରାଯାଇଥିଲା। ଆରମ୍ଭରୁ ହିଁ ସେ ନିଜ ବୋଲିଂ ମାଧ୍ୟମରେ ବୋଲରଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲେ। କିନ୍ତୁ ଭଲ ବ୍ୟାଟିଂ ନକରିପାରିବାରୁ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା। ଲଗାତାର ବିଫଳତା ଯୋଗୁଁ, ୨୦୨୪ରେ ଅଷ୍ଟ୍ରେଲିଆ ଗସ୍ତରୁ ତାଙ୍କୁ ବାଦ ଦିଆଯାଇଥିଲା। ଏହାକୁ ଗ୍ରହଣ କରିବା ଶେଫାଳିଙ୍କ ପାଇଁ ସହଜ ସମୟ ନଥିଲା। କାରଣ ଦଳରୁ ବାଦ ପଡ଼ିବାର ମାତ୍ର ଦୁଇ ଦିନ ପୂର୍ବରୁ ତାଙ୍କ ବାପା ହୃଦଘାତର ଶିକାର ହୋଇଥିଲେ। ଏଥିପାଇଁ ତୁରନ୍ତ ବାପାଙ୍କୁ ଏହା ବିଷୟରେ ନଜଣାଇ ସେ ଗୋଟିଏ ସପ୍ତାହ ପରେ ତାଙ୍କୁ ଏ ଖବର ଦେଇଥିଲେ। ଦଳରୁ ବାଦ ପଡ଼ିବା ଏବଂ ତା’ପରେ ବାପାଙ୍କ ହୃଦଘାତ ଶେଫାଳିଙ୍କୁ ଭାଙ୍ଗି ଦେଇଥିଲା। କିନ୍ତୁ ସେ ହାର ମାନି ନଥିଲେ ଏବଂ ଘରୋଇ କ୍ରିକେଟକୁ ଫେରିବା ପାଇଁ କଠିନ ପରିଶ୍ରମ କରିଥିଲେ। ପରିଶ୍ରମ କରି ସେ କେବଳ ତାଙ୍କର ଫର୍ମକୁ ଫେରି ନଥିଲେ ବରଂ ତାଙ୍କର ଫିଟନେସରେ ମଧ୍ୟ ଉନ୍ନତି ଆଣିଥିଲେ, ଯାହା ବିଶ୍ୱକପ୍ ଫାଇନାଲରେ ସ୍ପଷ୍ଟ ହୋଇଥିଲା।
ଆହୁରି ପଢ଼ନ୍ତୁ: Man Murders Partner: ୨ବର୍ଷ ପ୍ରେମ ସମ୍ପର୍କ ରଖିଥିଲେ, ବିବାହ କଥା କହିବାରୁ ଭେଟିବାକୁ ଡାକି ହତ୍ୟା କଲା ପ୍ରେମିକ
ଆହୁରି ପଢ଼ନ୍ତୁ: Yogi Target India Alliance: ଇଣ୍ଡିଆ ମେଣ୍ଟରେ ଅଛନ୍ତି ୩ ମାଙ୍କଡ: ପପୁ, ଟପୁ ଓ ଅପୁ: ଯୋଗୀ ଆଦିତ୍ୟନାଥ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/03/shafali-verma-2025-11-03-15-03-20.jpg)