ଇସ୍ପାତନଗରୀରେ ଦେଖିବାକୁ ମିଳିଲା ଚଳଚ୍ଚିତ୍ର ପରି ଦୃଶ୍ୟ: ସ୍ତ୍ରୀର ବିବାହ ଭୋଜିରେ ପହଞ୍ଚିଲେ ପ୍ରଥମ ସ୍ୱାମୀ

Advertisment
ଇସ୍ପାତନଗରୀରେ ଦେଖିବାକୁ ମିଳିଲା ଚଳଚ୍ଚିତ୍ର ପରି ଦୃଶ୍ୟ: ସ୍ତ୍ରୀର ବିବାହ ଭୋଜିରେ ପହଞ୍ଚିଲେ ପ୍ରଥମ ସ୍ୱାମୀ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ଦେଖିବାକୁ ମିଳିଛି ଏକ ସିନେମା ଦୃଶ୍ୟ ପରି ଘଟଣା। ଜଣେ ମଦୁଆ ବର କିଭଳି ଦୁଇ ଦୁଇଟା ଝିଅଙ୍କୁ ବିବାହ କରିଥିଲେ ସେହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଏକ ଘଟଣା ସାମନାକୁ ଆସିଛି। କିନ୍ତୁ ଏଥର କିନ୍ତୁ କେହି ପୁଅ ନୁହେଁ ଗୋଟେ ଝିଅ ନିଜର ପ୍ରଥମଙ୍କୁ ପ୍ରତାରଣା ଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି।

ରାଉରକେଲା ବନ୍ଧମୁଣ୍ଡାର ମନଜଂୟ ଚୌବେ ୨୦୧୬ ମସିହା ଜୁଲାଇ ୧୨ ତାରିଖରେ ଜଗଦାର ଏକ ଝିଅକୁ ଭଲପାଇ ବିବାହ କରିଥିଲେ। ଏପରିକି ପରିବାର ଲୋକଙ୍କ ବିରୋଧ ଯୋଗୁଁ ରାଉରକେଲା ସବ ରେଜିଷ୍ଟ୍ରାର ଅଫିସରେ ବିଧିବଦ୍ଧ ଭାବେ ଦୁହିଁଙ୍କର ବିବାହ ହୋଇଥିଲ। ଉଭୟ କିଛି ଦିନ ହସ ଖୁସିରେ ରହିଥିଲେ। କିନ୍ତୁ ଗତ ୨୨ ତାରିଖରେ ମନଜଂୟ ବ୍ୟବସାୟ କାମରେ ବନାରସ ଯାଇଥିଲେ। ଯିବା ବେଳେ ସ୍ତ୍ରୀକୁ ଲକ୍ଷେ ୩୦ ହଜାର ଟଙ୍କା ଦେଇ ମଧ୍ୟ ଦେଇ ଯାଇଥିଲେ। ଏହା ପରେ ବନାରସରୁ ବହୁ ଥର ସ୍ତ୍ରୀଙ୍କ ପାଖକୁ ଫୋନ କରିଥିଲେ ମଧ୍ୟ ସେ ଉଠାଇନଥିଲେ।

publive-image .

ମନଜଂୟଙ୍କ ମନକୁ ସନ୍ଦେହ ଆସିବାରୁ ସେ ଝିଅର ବାପାଙ୍କୁ ମଧ୍ୟ କଲ କରିଥିଲେ, କିନ୍ତୁ ସେ ଉଠାଇନଥିଲେ। ଶେଷରେ ଝିଅର ମା ଫୋନ ଉଠାଇ କହିଥିଲେ ଯେ, ଝିଅର ବାହାଘର ସରିଛି, ଏବେ ମେକ ଅପ ପାଇଁ ପାର୍ଲର ଯାଇଛି। ଏହା ପରେ ମନଜଂୟ ବିଳମ୍ବ ନକରି ଆସି ରାଉରକେଲାରେ ପହଂଚିଥିଲେ। ଘର ମଧ୍ୟ ତାଲା ପଡିଥିବା ଦେଖିଲେ। ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ ପୁଲିସ ଗୁରୁତ୍ୱ ଦେଇନଥିଲେ। ଶେଷରେ ଯୁବତୀଙ୍କ ରିସେପସନ ପାର୍ଟିରେ ପହଂଚି ମ୍ୟାରେଜ ସାର୍ଟିଫିକେଟ ସହ ଦୁହିଁଙ୍କର ଫଟୋ ମଧ୍ୟ ଦେଖାଇଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe