କୋଟିଏ ଟଙ୍କା ଚୋରି: ପ୍ରେମର ଦାୟରେ ଗହଣା ଚୋରାଇଥିବା ମାନିଲେ ମିଣ୍ଟ୍ରା ସିଇଓଙ୍କ ଚାକରାଣୀ

କୋଟିଏ ଟଙ୍କା ଚୋରି: ପ୍ରେମର ଦାୟରେ ଗହଣା ଚୋରାଇଥିବା ମାନିଲେ ମିଣ୍ଟ୍ରା ସିଇଓଙ୍କ ଚାକରାଣୀ

Image Courtesy of TOI

ବେଙ୍ଗାଲୁରୁ: ଇ-କମର୍ସ ଫାର୍ମ ମିଣ୍ଟ୍ରାର ସିଇଓଙ୍କ ଘରୁ କୋଟିଏ ଟଙ୍କାର ସୁନା ଓ ହୀରା ଗହଣା ଚୋରି ଅଭିଯୋଗ ଦାଏର ହେବା ଦୁଇ ସପ୍ତାହ ପରେ ତାଙ୍କ ଘରେ କାମ କରୁଥିବା ଜଣେ ଚାକରାଣୀଙ୍କୁ ଗିରଫ କରାଯାଇଛି।

ମାଲିକ ଅନନ୍ତ ନାରାୟଣଙ୍କ ବାସଭବନରୁ ୨୫ ବର୍ଷୀୟ ଭବାନୀ ମୁପ୍ପୁଦତ୍ତି ଅଳଙ୍କାର ଚୋରି କରି ସେଗୁଡ଼ିକୁ ପ୍ରେମିକ ସୁରେଶ କୁମାର ଏବଂ ତା’ର ସହଯୋଗିନୀ ପୁଷ୍ପାକୁ ଦେଇଥିବା ସ୍ୱୀକାର କରିଛନ୍ତି। ସେ ଦୁଇଜଣଙ୍କୁ ଖୋଜିବାକୁ ପୁଲିସ ଅଭିଯାନ ଚଳାଇଛି। ଚୋରି ଗହଣା ସବୁର ଅବସ୍ଥିତି ଜଣାପଡ଼ିଛି ଏବଂ ତାହା ଉଦ୍ଧାର କରିବାକୁ ଅଦାଲତର ସହାୟତା ନିଆଯିବ ବୋଲି ପୁଲିସ କହିଛି।

ପୁଲିସ କହିବା ଅନୁସାରେ ଆସନ୍ତା ନଭେମ୍ବରରେ ଭବାନୀ ଏବଂ ସୁରେଶ ବିବାହ କରି ବିଦେଶ ଚାଲିଯିବାକୁ ମନସ୍ଥ କରିଥିଲେ। ଏଥିପାଇଁ ବହୁତ ଅର୍ଥ ଆବଶ୍ୟକ ଥିବାରୁ ନାରାୟଣଙ୍କ ଘରୁ ଚୋରି କରିବାକୁ ସୁରେଶ ଭବାନୀକୁ ବୁଦ୍ଧି ଦେଇଥିଲେ। ପ୍ରେମର ଦାୟରେ ଭବାନୀ ଗହଣା ଚୋରି କରିବାକୁ ରାଜି ହୋଇଥିଲା। ସିଇଓଙ୍କ ପରିବାର ଗସ୍ତରେ ବାହାରକୁ ଯାଇଥିବାବେଳେ ନକଲି ଚାବିରେ ଭବାନୀ ଗହଣାଗାଣ୍ଠି ଚୋରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe