ୟୁନିଟ୍‌-୪ ମସଜିଦ୍‌ କଲୋନିରେ ଥିବା ଏସ୍‌ବିଆଇ ସାମ୍ନାରୁ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

Advertisment
ୟୁନିଟ୍‌-୪ ମସଜିଦ୍‌ କଲୋନିରେ ଥିବା ଏସ୍‌ବିଆଇ ସାମ୍ନାରୁ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

Patrika

ଭୁବନେଶ୍ୱର : ୟୁନିଟ୍‌-୪ ମସଜିଦ୍‌ କଲୋନିରେ ଥିବା ଏସ୍‌ବିଆଇ ସାମ୍ନାରୁ ଜଣେ ବ୍ୟବସାୟୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଛିନ୍‌ତାଇର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି କାର୍ତ୍ତିକ ଜେନା। ସେ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇ ବ୍ୟାଗ୍‌ରେ ରଖି ସାଇକେଲ୍‌ରେ ଯାଉଥିବା ବେଳେ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଏଭଳି କାଣ୍ଡ କରିଛି। ଅପରାହ୍‌ଣ ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଛି। ତାଙ୍କ ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ରାତି ସୁଦ୍ଧା ଦୁର୍ବୃତ୍ତଙ୍କର ପତ୍ତା ମିଳିନାହିଁ। ସୂଚନା ମୁତାବକ, କାର୍ତ୍ତିକ ଗୁଟ୍‌ଖା ବ୍ୟବସାୟ କରନ୍ତି। ଏସ୍‌ବିଆଇର ମସଜିଦ୍‌ କଲୋନି ବ୍ରାଞ୍ଚ୍‌ରୁ ସେ ଏକ ଲକ୍ଷ ଟଙ୍କା ଉଠାଇ ସାଇକେଲରେ ଯାଉଥିଲେ।

ଗତ ୬ ତାରିଖ ଦିନ ରେଡ୍‌କ୍ରସ୍‌ ଛକରେ ଜଣେ ସିପାହୀଙ୍କ ଠାରୁ ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ। ଗତ ମାସରେ ମଧ୍ୟ ଏଭଳି ଏକ ଘଟଣା ମଧ୍ୟ ଘଟିଥିଲା। ଏହି ତିନିଟି ଘଟଣାରେ ପୁଲିସକୁ କୌଣସି ସଫଳତା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe