ବ୍ୟାଙ୍କ ଡକାୟତି: କର୍ମଚାରୀଙ୍କୁ ପଣବନ୍ଦୀ କରି ୧୦ ଲକ୍ଷ ଟଙ୍କା ନେଇଗଲା ଦୁର୍ବୃତ୍ତ!

Advertisment
ବ୍ୟାଙ୍କ ଡକାୟତି: କର୍ମଚାରୀଙ୍କୁ ପଣବନ୍ଦୀ କରି ୧୦ ଲକ୍ଷ ଟଙ୍କା ନେଇଗଲା ଦୁର୍ବୃତ୍ତ!

KNS Kashmir

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଏକ ବ୍ୟାଙ୍କ ପରିସରରେ ଆଜି ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ଆତଙ୍କରାଜ ଚଳାଇଛି। ବ୍ୟାଙ୍କର ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବରିମୁଣ୍ଡ ଶାଖାରୁ ଏହି ଲୁଟ ହୋଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ୪ଟା ୪୦ରେ ବରିମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାକୁ କର୍ମଚାରୀମାନେ ବନ୍ଦ କରି ଘରକୁ ଯିବା ପୂର୍ବରୁ ଜଣେ ଦୁର୍ବୃତ୍ତ ପ୍ରବେଶ କରିଥିଲା। ଦୁର୍ବୃତ୍ତ ଜଣକ ବନ୍ଧୁକ ଦେଖାଇ କର୍ମଚାରୀମାନଙ୍କୁ ପ୍ରଥମେ ଭୟଭୀତ କରାଇଥିଲା। ଦୁର୍ବୃତ୍ତର ଆତଙ୍କରାଜରେ କର୍ମଚାରୀମାନେ ଡରି ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ କ୍ୟାସିୟରଙ୍କ ଡ୍ରୟରରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲା। ଟଙ୍କା ଲୁଟ କରିବା ପରେ ସେ ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଫେରାର ହୋଇଯାଇଥିଲା। ବ୍ୟାଙ୍କରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ବରିମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ମଧ୍ୟ ଦୁର୍ବୃତ୍ତମାନେ ଦିନ ଦି’ ପ୍ରହରରେ ବ୍ୟାଙ୍କକୁ ଟାର୍ଗେଟ କରିଥିଲେ। ଇନ୍‌ଫୋସିଟି ଥାନା ଅଧୀନ ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଜଣେ ମହିଳା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାଉଣ୍ଟର କ୍ୟାସ ବକ୍ସରୁ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ପୁଲିସ ବ୍ୟାଙ୍କର ସିସିଟିଭ ଫୁଟେଜ୍‌ ସଂଗ୍ରହ କରି ତଦନ୍ତ କରିଥିଲେ ମଧ୍ୟ ଲୁଟେରା ବାବଦରେ ସୁରାକ୍‌ ପାଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe