ରାଜ୍ୟରେ ଫ୍ଲାଇଂ ସ୍କ୍ଵାର୍ଡ-ପୁଲିସ ଦ୍ୱାରା ୨ କୋଟି ୯୭ ଲକ୍ଷ ୨୫୦ ଟଙ୍କା ଜବତ

Advertisment
ବ୍ରହ୍ମଗିରି:  ଫ୍ଲାଇଂ ସ୍କ୍ଵାର୍ଡ ଦ୍ୱାରା ୧୪,୬୮,୫୦୦ ଟଙ୍କା ଜବତ

File photo

ଭୁବନେଶ୍ୱର: ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରବିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩ ହଜାର ୩୪୩ ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୫୪ ହଜାର ୯୨୧ ଜଣଙ୍କୁ ଅଟକ ରଖାଯାଇଛି। ୫ ହଜାର ୧୭୭ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦିଆଯାଇଛି।

ସେହିଭଳି ଲାଇସେନ୍ସ ନଥିବା ୨୩୨ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୩୩.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପ୍ରାୟ ୧୨୭୯୭୮.୩୧୫ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୫୧ ଲକ୍ଷ ୮୯ ହଜାର ୧୭୭ ଟଙ୍କା। ରାଜ୍ୟରେ ଫ୍ଲାଇଂ ସ୍କ୍ଵାର୍ଡ ଏବଂ ପୁଲିସ ଦ୍ୱାରା ୨ କୋଟି ୯୭ ଲକ୍ଷ ୨୫୦ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe