ଅନ୍‌ଲାଇନ୍‌ରେ ପୁଞ୍ଜିନିବେଶ ଲୋଭ ଦେଖାଇ ୫ଲକ୍ଷ ଠକେଇ

ଅନ୍‌ଲାଇନ୍‌ରେ ପୁଞ୍ଜିନିବେଶ କରି ଲାଭବାନ ହେବାର ଲୋଭ ଦେଖାଇ ସାଇବର୍‌ ଅପରାଧୀମାନେ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଦେଖିବାକୁ ମିଳିଛି। କ୍ରମାଗତ ଭାବେ ଏଭଳି ଅଭିଯୋଗ ହେଉଥିବା ବେଳେ ସଚେତନତା ଅଭାବରୁ ଏଭଳି ମାମଲା ବଢ଼ିବାରେ ଲାଗିଛି।

ମହଙ୍ଗା ହେବ ଅନ୍‌ ଲାଇନ୍‌ ପେମେଣ୍ଟ୍‌

ବ୍ରହ୍ମପୁର: ଅନ୍‌ଲାଇନ୍‌ରେ ପୁଞ୍ଜିନିବେଶ କରି ଲାଭବାନ ହେବାର ଲୋଭ ଦେଖାଇ ସାଇବର୍‌ ଅପରାଧୀମାନେ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଦେଖିବାକୁ ମିଳିଛି। କ୍ରମାଗତ ଭାବେ ଏଭଳି ଅଭିଯୋଗ ହେଉଥିବା ବେଳେ ସଚେତନତା ଅଭାବରୁ ଏଭଳି ମାମଲା ବଢ଼ିବାରେ ଲାଗିଛି। ଏହିକ୍ରମରେ ଜଣେ ଯୁବକ ଅନ୍‌ଲାଇନ୍‌ରେ ପୁଞ୍ଜିନିବେଶ ନାଁରେ ୫ଲକ୍ଷ ଟଙ୍କା ହରାଇଥିବା ଜଣାଯାଇଛି। ଯୁବକ ଜଣକ ଏଥିନେଇ ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନିର ଶିବ ଶଙ୍କର ପ୍ରଧାନ ନାମକ ଜଣେ ଯୁବକଙ୍କ ମୋବାଇଲକୁ ଗତ ୧୦ ତାରିଖରେ ଫକ୍ସାଇମୋରନ୍ ଡିଜିଟାଲ ମାର୍କେଟିଂରୁ  ଏକ ମେସେଜ ଆସିଥିଲା। ଅନଲାଇନ୍‌ରେ ଦିଆଯାଉଥିବା କାମ ସମ୍ପୂର୍ଣ୍ଣ କରି ଏହାର ସ୍କ୍ରିନସଟ୍ ଟେଲିଗ୍ରାମରେ ପଠାଇଲେ ମୋଟା ଅଙ୍କର କମିସନ ମିଳିବ ବୋଲି ଉକ୍ତ ମେସେଜରେ ଉଲ୍ଲେଖ ରହିଥିଲା। ସଂପୃକ୍ତ ଯୁବକକୁ ଟେଲିଗ୍ରାମ ଚ୍ୟାନେଲ୍‌ରେ ଯୋଡ଼ି ଦିଆଯାଇଥିବା ବେଳେ ସେଥିରେ ଟଙ୍କା ପୁଞ୍ଜିନିବେଶ କରିବାକୁ କୁହାଯାଇଥିଲା।

ଯୁବକ ଜଣକ ଏଥିରେ ୫ଲକ୍ଷ ୭ ହଜାର ୧୦୦ ଟଙ୍କା ନିବେଶ କରିଥିଲେ। କିଛିଦିନ ପରେ ସେ ଜମା କରିଥିବା ଟଙ୍କା ଓ କମିସନ ସହ ସମସ୍ତ ଟଙ୍କା ଉଠାଇବାକୁ ଚାହିଁଥିଲେ। ତେବେ ଜମା ଟଙ୍କା ପାଇବା ପାଇଁ ଅଧିକ ଟଙ୍କା ଜମା କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏଥିରେ ଯୁବକ ଜଣକ ସନ୍ଦେହ କରିବା ସହ ଠକେଇର ଶିକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe