ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି। ଗତ ୨୦ ତାରିଖ ଦିନ ସିଲାଟି ଗ୍ରାମ ଠାରେ ଏକ ବିହାର ଅଞ୍ଚଳରୁ ୩ ଜଣ ଯୁବକ ଦୋକାନର ଡ୍ରରୁ ୧୨ ହଜାର ଟଙ୍କା ଚୋରି କରି ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିବା ବେଳେ ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ୟୁଭି ୭ ନୂଆଗୁଡ଼ା ଗ୍ରାମ ଠାରେ ଥିବା ବ୍ୟାଙ୍କ୍ ଅଫ ଇଣ୍ଡିଆର ଗ୍ରାହକ ସେବା କେନ୍ଦ୍ରରେ ଦିନ ୨ଟା ବେଳେ ୨ ଜଣ ବାଇକ୍ରେ ଆସି କିଓସ୍କ ପରିଚାଳକ ମୋନଜ ଘଟକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ପ୍ରଥମେ ମୋବାଇଲକୁ ଝିକି କି ନେଇ ୭୦ ହଜାର ଟଙ୍କା ଲୁଟି ନେଇ ପଳାଇ ଥିବା ଆଜି ମୋନଜ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସିସିଟିଭି କ୍ୟାମେରା ଲୁଟ୍
ସେହିପରି ସେହି ଗ୍ରାମ ନିକଟସ୍ତ ସେମଳା ଗ୍ରାମର ରଞ୍ଜିତ ମହାଲଦାରଙ୍କ ପାନ ଦୋକାନରୁ ଚୋରି ପାଇଁ ଉଦ୍ୟମ କରି ଥିଲେ ହେଁ ବିଫଳ ହେଇ ଦୋକାନରେ ଲାଗିଥିବା ୨ଟିସିସି କେମେରା ନେଇକି ପଳାଇ ଥିଲେ। ଗତ ୧୭ ତାରିଖ ଦିନ ରାତିରେ ଆଦିବାସୀ ସିର୍ଲିଗୁଡ଼ା ଗ୍ରାମ ଠାରେ ଗୁରୁବାରୁ ଗଣ୍ଡଙ୍କ କିରାନା ଦୋକାନରେ ରାତି ଚୋରମାନେ କବାଟ ଭାଙ୍ଗି ୨୦ ହଜାର ଟଙ୍କା ନଗଦ ଓ ୨୫ ହଜାର ଟଙ୍କାର ସାମଗ୍ରୀ ଚୋରି ହେଇଥିବା ଥାନାରେ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ: Winter session start in assembly: ସରଗରମ ହେବ ଅଧିବେଶନ: ବୁଥ୍ ରିଗିଂରୁ ବାଲିଚୋରି ଯାଏଁ, ବିରୋଧୀଙ୍କ ପାଖରେ ମାଳମାଳ ପ୍ରସଙ୍ଗ
ଚୋରି ଘଟଣାକୁ ତୀବ୍ର ନିନ୍ଦା
ତେବେ ସପ୍ତାହ ମଧ୍ୟରେ ପାଖାପାଖି ଗ୍ରାମରେ ଚୋରି ହେବ। ଘଟଣାକୁ ପୂର୍ବତନ ବୁର୍ଜା ସରପଂଚ ବିର ସିଂ ମାଝି ଦୃଢ଼ ନିନ୍ଦା କରିଛନ୍ତି। ଚୋରମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ବିର ସିଂ ଦାବି କରିବା ସହ ଚୋରି ଯେପରି ଅଞ୍ଚଳରେ ନ ହୁଏ ସେଥିପାଇଁ ପୁଲିସ ଦୃଢ଼ ପଦକ୍ଷେପ ନେବା ପାଇଁ ମଧ୍ୟ ବିର ସିଂ ମାଝି ଦାବୀ କରୁଛନ୍ତି।
ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/25/customer-care-2025-11-25-20-48-19.jpg)