୮ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ: ଝାରସୁଗୁଡ଼ାରୁ ନାବାଳକ ଠାବ, ବ୍ରେସ୍‌ ଫକ୍ସ୍‌ କମ୍ପାନି ନାମରେ ଠକେଇ

ଏତିକି ଚିଟଫଣ୍ଡ କମ୍ପାନିର ଜବତ କରାଯାଇଛି ସମ୍ପତ୍ତି, ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

Representative image

ବାରିପଦା: ଟଙ୍କା ନିବେଶ କଲେ ଅଧିକ ଲାଭ ଆଶା ଦେଖାଇ ବାରିପଦା ଏବଂ ବାଲେଶ୍ୱରର ଦୁଇ ବ୍ୟକ୍ତିଙ୍କ ନିକଟରୁ ହୋଇଥିବା ୮ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାସ୍‌ କରିଛି ବାରିପଦା ଟାଉନ୍‌ ଥାନା ପୁଲିସ୍‌। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ଥିବା ଜଣେ ନାବାଳକଙ୍କୁ ଝାରସୁଗୁଡ଼ାରୁ ଠାକ କରାଯାଇଛି। ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ୱାର୍ଡ ନଂ-୧୬ ପ୍ୟାରେଡ୍‌ପଡ଼ିଆ ଅଞ୍ଚଳର ସେକ୍‌ ମୁସ୍ତାକଙ୍କ ଅଭିଯୋଗ ଆଧାରରେ ଏସ୍‌ପି ସ୍ମିତ୍‌ ପରମାରଙ୍କ ନିର୍ଦ୍ଦେଶ ମୁତାବକ ବାରିପଦା ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଝାରସୁଗୁଡ଼ା ଯାଇ ମାଷ୍ଟରମାଇଣ୍ଡ୍‌ ନାବାଳକଙ୍କୁ ଠାବ କରି ବାରିପଦା ଆଣିଛି।

ସୂଚନାଅନୁସାରେ ବାରିପଦାର ସେକ୍‌ ମୁସ୍ତାକ ଏବଂ ବାଲେଶ୍ୱରର ସେକ ଅବତାର ଏହମଦ୍‌ଙ୍କୁ ଅଧିକ ଲାଭ ଆଶା ଦେଖାଇ ନିର୍ଦ୍ଦଷ୍ଟ ଏକ କମ୍ପାନିରେ ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଯାଇଥିଲା। ଅଧିକ ଲାଭ ଆଶାରେ ବ୍ରେସ୍‌ ଫକ୍ସ୍‌ ନାମକ ଏକ କମ୍ପାନି ଆକାଉଣ୍ଟ୍‌ରେ ଉପରୋକ୍ତ ଦୁଇ ବ୍ୟକ୍ତି ଗତବର୍ଷ ମାର୍ଚ୍ଚ ୧୦ରୁ ୪ ଲକ୍ଷ କରି ୮ ଲକ୍ଷ ଜମା କରିଥିଲେ। ମାତ୍ର ପ୍ରାୟ ୧୮ ମାସ ବିତିଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନେଇ ଦୁଇ ବ୍ୟକ୍ତିଙ୍କ ଚେଷ୍ଟା ବିଫଳ ହେବାରୁ ପୁଲିସ୍‌ ଦ୍ଵାରସ୍ଥ ହୋଇଥିଲେ ସେକ୍‌ ମୁସ୍ତାକ। ଏନେଇ ବାରିପଦା ଟାଉନ୍‌ ଥାନାରେ କେସ୍‌ ନଂ-୭୨୦, ୨୧/୧୦ ମୂଳେ ଦଫା ୪୨୦, ୪୬୮ ଆଇପିସି ଆଧାରରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe