ଭୁଲବଶତଃ ଏହି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଗଲା ୨୦ଲକ୍ଷ ଟଙ୍କା, ବ୍ୟାଙ୍କ ମାଗିବାରୁ ଜମାକାରୀ କହିଲେ ଏପରି କଥା...

ଭୁଲବଶତଃ ଏହି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଗଲା ୨୦ଲକ୍ଷ ଟଙ୍କା, ବ୍ୟାଙ୍କ ମାଗିବାରୁ ଜମାକାରୀ କହିଲେ ଏପରି କଥା...

ସୁରତ: ଗୁଜୁରାଟ ସୁରତରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଭୁଲବଶତଃ ୨୦ଲକ୍ଷ ଟଙ୍କା ଜମା ହୋଇ ଯାଇଅଥିଲା। ବ୍ୟାଙ୍କକୁ ଯେତେବେଳେ ନିଜର ତ୍ରୁଟି ସମ୍ପର୍କରେ ଜଣିବାକୁ ପଇଲା ସେତେବେଳେକୁ ବହୁ ବିଳମ୍ବ ହୋଇ ସାରିଥିଲା। ଯେଉଁ ବ୍ୟକ୍ତିଙ୍କ ଜମାଖାତାକୁ ଏହି ଟଙ୍କା ଆସିଥିଲା ସେ ତାକୁ ଖର୍ଚ୍ଚ କରି ସାରିଥିଲେ। ବ୍ୟାଙ୍କ ଏବେ ଏହି ବ୍ୟକ୍ତିଙ୍କୁ ଟଙ୍କା ଦେବା ପାଇଁ କହିବା ସହିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଦାଜନ ପୁଲିସ ଷ୍ଟେସନ୍‌ର ଏକେ ରୋଡରେ ରହୁଥିବା ଏହି ଯୁବକଙ୍କ ବିରୋଧରେ ୨୦ଲକ୍ଷ ଠକେଇ ମାମଲା ରୁଜ କରିଛି।

publive-image

ସୂଚନାଯୋଗ୍ୟ, ଅଭିଯୁକ୍ତ ପରେସ ଗୋଧାନିଙ୍କ ଆକାଉଣ୍ଟରେ ବ୍ୟାଙ୍କ କମ୍ପ୍ୟୁଟର ସିଷ୍ଟମ ଅପଗ୍ରେଡ କରିବା ସମୟରେ ଭୁଲବଶତଃ ୨୦ଲକ୍ଷ ଟଙ୍କା ଜମା ହୋଇଯାଇଥିଲା। ପରେସ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆସିଲା ତାହାର ଜାଣିବା ପରିବର୍ତ୍ତେ ଖର୍ଚ୍ଚ କରି ଦେଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, କଟୁବର ୨୦୧୭ରେ ବ୍ୟାଙ୍କ୍‌ର ମହଲ ରୋଡ ଶାଖାରେ ଡାଟା ଅପଗ୍ରେଡେସନ୍‌ ସମୟରେ ଗୋଧାନିଙ୍କ ଦୁଇଟି ବ୍ୟାଙ୍କ ଖାତାରେ ୨୦.୨୬ ଲକ୍ଷ ଟଙ୍କା ଜମା ହୋଇ ଯାଇଥିଲା। ଏଭଳି ଭାବେ କିଛି ଖାତା ଧାରକଙ୍କ ଜମା ଖାତାକୁ ଟଙ୍କା ଟ୍ରାନ୍ସଫର୍‌ ହୋଇଯାଇଥିଲା। ଯେତେବେଳେ ବ୍ୟାଙ୍କ ଅଧିକାରୀଙ୍କୁ ଏହି ଭୁଲ ବିଷୟରେ ଜଣାପଡ଼ିଲା , ସେ ଖାତା ଧାରାକାଙ୍କୁ ସମ୍ପର୍କ କରି ଟଙ୍କା ଫେରାଇବା ପାଇଁ ଅନୁରୋଧ କରିଥିଲେ। ଗୋଧାନିଙ୍କୁ ଛାଡ଼ି ସମସ୍ତେ ଏହି ଟଙ୍କା ଫେରାଇ ଦେଇଥିଲେ। କିନ୍ତୁ ଗୋଧାନି ନିଜର ଡେବିଟ୍‌ କାର୍ଡଙ୍କୁ ବ୍ୟବହାର କରି ସମସ୍ତ ଟଙ୍କା ଖର୍ଚ୍ଚ କରି ଦେଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe