ଚାକିରିରୁ ବାହାର କରିବା ଦେବା ହେତୁ ଏଚଆରଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା ପୂର୍ବତନ କର୍ମଚାରୀ

Advertisment
ଚାକିରିରୁ ବାହାର କରିବା ଦେବା ହେତୁ ଏଚଆରଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା ପୂର୍ବତନ କର୍ମଚାରୀ

ଗୁରୁଗ୍ରାମ: ଚାକିରିରୁ ବାହାର କରିଦେବା ହେତୁ ଜଣେ ଯୁବକ ଗୁରୁବାର ତାର ଏଚଆରଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ଗୁରୁଗ୍ରାମ ପୁଲିସର ଜନସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାରଙ୍କ କହିବାନୁସାରେ, ଏହି ଘଟଣା ସକାଳ ପାଖାପାଖି ନଅଟା ସମୟରେ ଘଟିଥିଲା। ଜାପାନ କମ୍ପାନି ମିଟସୁବିସିର ଏଚଆର ବିନେଶ ଶର୍ମା ଏକ କାରରେ ଆଇଏମଟି ମାନେସରସ୍ଥିତ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇଜଣ ଯୁବକ ବନ୍ଧୁକ ମୁନରେ ଶର୍ମାଙ୍କ କାର୍‌କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ସେତେବେଳେ ଶର୍ମା ନଅଟକି ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ନେଇଥିଲେ। ଏଥିରେ ଦୁଇଜଣ ଯୁବକ ଉତ୍‌କ୍ଷିପ୍ତ ହୋଇ ଶର୍ମାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କ ନାମ ଜୋଗେନ୍ଦର ବୋଲି ଜଣାପଡ଼ିଛି। ଏହି ଘଟଣା ଘଟାଇବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିଲେ। ସ୍ଥାନୀୟଲୋକମାନେ ଏହି ଘଟଣା ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଶର୍ମାଙ୍କୁ ପୁଲିସ ରାକଲ୍ୟାଣ୍ଡ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ଅଛି।

publive-image

ଅଧିକାରୀଙ୍କ କହିବାନୁସାରେ, ଜୋଗେନ୍ଦରଙ୍କୁ ଶର୍ମା ବୁଧବାର ଦିନ ଚାକିରିରୁ ବାହାର କରିଦେଇଥିଲେ। ଚାକିରିରୁ ବାହାର କରିବାର ପରିଣାମ ଗମ୍ଭୀର ହେବ ବୋଲି ଜୋଗିନ୍ଦର ଏଚଆର୍‌ଙ୍କୁ ଧମକ ଦେଇଥିଲା। ମାମଲା ଯାଞ୍ଚ ଜାରି ରହିଛି। ଅନ୍ୟଜଣେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe