ମୃତ୍ୟୁ ପୂର୍ବରୁ ଯୁବକ ଯୁବତୀଙ୍କ ପାଇଁ କାନ୍ଥରେ ଲେଖିଲେ, ‘ମୋର ମୃତ୍ୟୁ ହେବ ତୁମ ବିବାହ ଉପହାର’

Advertisment
ମୃତ୍ୟୁ ପୂର୍ବରୁ ଯୁବକ ଯୁବତୀଙ୍କ ପାଇଁ କାନ୍ଥରେ ଲେଖିଲେ, ‘ମୋର ମୃତ୍ୟୁ ହେବ ତୁମ ବିବାହ ଉପହାର’

ନୂଆଦିଲ୍ଲୀ: ଛତିଶଗଡ଼ର ବାଲୋଦ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କୁ ଏକ ତରଫା ଭଲ ପାଉଥିବା ଜଣେ ଯୁବକ ଆତ୍ମହତ୍ୟା କରିଥିବା ଘଟଣା ଜଣାପଡ଼ିଛି। ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ଯୁବକ କାନ୍ଥରେ ଏକ ସୁଇସାଇଡ ନୋଟ ଲେଖି ଯାଇଛନ୍ତି। ଏଥିରେ ସେ ଲେଖିଛନ୍ତି, ତାଙ୍କ ମୃତ୍ୟୁ ପ୍ରେମିକାଙ୍କ ପାଇଁ ବିବାହ ଉପହାର ହେବ। ଏଥିସହିତ ଯୁବକ ଜଣକ ଆତ୍ମହତ୍ୟା ପୂର୍ବରୁ ଏକ ହ୍ବାଟସ ଆପ ଷ୍ଟାଟର୍ସ ବି ଅପଲୋଡ କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଯୁବକ କାନ୍ଥରେ କୋଇଲା ଖଣ୍ଡ ଜରିଆରେ ଲେଖିଥିଲେ, ‘ମୋର ମୃତ୍ୟୁ ତୁମର ବିବାହ ଉପହାର ହେବ। ମୁଁ ତୁମକୁ ଭଲ ପାଏ।’ ଏହାପରେ ସେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିବାର ଏକ ଭିଡିଓ ତିଆରି କରିଥିଲେ। ତାହାକୁ ସେ ହ୍ବାଟସଆପ ଷ୍ଟାଟସରେ ବି ସେୟାର କରିଥିଲେ। ଏହାପରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଯୁବକ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲେ। ଉକ୍ତ ଯୁବତୀଙ୍କ ବିବାହ ସ୍ଥିର ହୋଇଯାଇଥିଲା। ଯାହାକୁ ନେଇ ଯୁବକ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏଥିସହିତ ଭିଡିଓ ଯାଞ୍ଚ କରାଯାଇ ଆଗକୁ ତଦନ୍ତ ଆରମ୍ଭ କରାଯାଉଛି ବୋଲି ପୁଲିସ କହିଛି।

ଏହି ଘଟଣାର କିଛି ଦିନ ପୂର୍ବରୁ ଏକ ପ୍ରେମୀଯୁଗଳ ହରିୟଣାରେ ଆତ୍ମହତ୍ୟା କରିଥିଲେ। କାରଣ ଦୁହେଁ ଦୁହିଁଙ୍କୁ ମନପ୍ରାଣ ଦେଇ ଭଲ ପାଉଥିଲା ବେଳେ ପରିବାର ଲୋକ ଦୁହିଁଙ୍କ ଭଲ ପାଇବାକୁ ସୀକୃତି ଦେଇ ନଥିଲେ। ଶେଷ ଦୁହେଁ ସାଥୀ ହୋଇ ଜୀବନ ହାରିବାକୁ ସ୍ଥିର କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe