ସାଗରିକା ଚିଟ୍‌ଫଣ୍ଡ: ଦୁଇ ନିର୍ଦ୍ଦେଶକଙ୍କ ଜାମିନ ଖାରଜ

Advertisment
ସାଗରିକା ଚିଟ୍‌ଫଣ୍ଡ: ଦୁଇ ନିର୍ଦ୍ଦେଶକଙ୍କ ଜାମିନ ଖାରଜ

କଟକ: ସାଗରିକା ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ସଂସ୍ଥାର ନିର୍ଦ୍ଦେଶକ ସଂଜିତ ଭୌମିକ ଓ ମିଥୁନ ଚାଟ୍ଟାର୍ଜୀଙ୍କ ଜାମିନ ଖାରଜ ହୋଇଛି। କଟକ ସ୍ୱତନ୍ତ୍ର ଅଦାଲତ ଉଭୟଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ତଦନ୍ତରୁ ସେମାନଙ୍କ ବିରୋଧରେ ପ୍ରମାଣ ମିଳିଥିବା ବେଳେ ଜାମିନରେ ଛଡାଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଅଦାଲତ ଦୁଇ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଥିବା ଜଣାଯାଇଛି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।
୨୦୧୭, ସେପ୍ଟେମ୍ବର ୧୮ ତାରିଖରେ ପଶ୍ଚିମବଙ୍ଗରୁ କ୍ରାଇମବ୍ରାଞ୍ଚ ଅର୍ଥ ନୈତିକ ଅପରାଧ ଶାଖା ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ ୨ ଦିନ ରିମାଣ୍ଡରେ ନେଇ ପଚରା ଉଚୁରା କରିଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୯ରେ ସାଗରିକା ସଂସ୍ଥା ପୁରୀ, ଢେଙ୍କାନାଳ, ନୟାଗଡ, ଜଗତସିଂହପୁରର ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲି ଲୋଭନୀୟ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲା। ଜମା ଅର୍ଥ ଦୁଇଗୁଣ କରି ଫେରାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସଂସ୍ଥାର ସମସ୍ତ କାର୍ଯ୍ୟାଳୟ ହଠାତ ବନ୍ଦ ହୋଇ ଯାଇଥିଲା। ଏ ନେଇ ଅର୍ଥନୈତିକ ଅପରାଧ ଶାଖାରେ ଏତଲା ରୁଜୁ ହୋଇଥିବା ବେଳେ ଗତ ମାର୍ଚ୍ଚ ୮ରେ ପଶ୍ଚିମବଙ୍ଗର ମେଦିନାପୁରରୁ ସଂସ୍ଥାର ଦୁଇ ଫେରାର ନିର୍ଦ୍ଦେଶକ ଶିବୁ ଦାସ ଓ ସତ୍ୟେନ୍‌ ମାନିକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe